ଓଡ଼ିଶାକୁ ୨୮ ତାରିଖ ଯାଏଁ ବିପଦ, ଲାଗି ରହିବ ଝଡ଼ିବର୍ଷା, ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ କ୍ଷେତ୍ର

ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ଜାରି।

ଭୁବନେଶ୍ୱର: ଓଡ଼ିଶାକୁ ୨୮ ତାରିଖ ଯାଏଁ ବିପଦ।  ଲଘୁଚାପ କ୍ଷେତ୍ର ପ୍ରଭାବରେ ଲାଗି ରହିବ ବର୍ଷା।  ରାଜ୍ୟର ସବୁ ଜିଲ୍ଲାରେ କଲବଲ କରିବ ଝଡ଼ି। ୨୮ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଆସନ୍ତା ୨୪ ଘଣ୍ଟାରେ ଏହି ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଫଳରେ ଲଘୁଚାପ ପ୍ରଭାବରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଲଘୁଚାପ ଯୋଗୁଁ ରାଜ୍ୟର ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ୩୦ରୁ ୪୦ କି.ମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି। ଯେହେତୁ ସମୁଦ୍ର ଅଶାନ୍ତ ରହିଛି ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବିଶେଷ ପରାମର୍ଶ ଦିଆଯାଇଛି।