fbpx

ବାତ୍ୟାର ରୂପ ନେଲା ନିସର୍ଗ

ନୂଆଦିଲ୍ଲୀ, ୨ା୬: ଆରବ ସାଗରରେ ବାତ୍ୟା ନିସର୍ଗର ରୂପ ନେଇଛି ଗଭୀର ଅବପାତ । ବର୍ତ୍ତମାନ ସୁରତଠାରୁ ୬୪୦କିମି ଓ ମୁମ୍ବାଇଠାରୁ ୪୩୦ କିମି ଦୂରରେ ଅଛି ନିସର୍ଗ । ଆଗାମୀ ୧୨ଘଣ୍ଟାରେ ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେବ ନିସର୍ଗ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ଗୁଜୁରାଟ ଓ ମହାରାଷ୍ଟ୍ର ମଝିରେ ଅତିକ୍ରମ କରିବ । ମହାରାଷ୍ଟ୍ରର ରାଇଗଡ଼ର ଅଲିବାଗ ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୦୦ରୁ ୧୨୦ କିମି ଯାଏ ରହିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.