fbpx

ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ: ମହାନଦୀରେ ଛୋଟ ବନ୍ୟା ଆଶଙ୍କା, କର୍ମଚାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପରବର୍ତ୍ତୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ଏହା ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅବଶିଷ୍ଟ ୧୬ ଜିଲ୍ଲାରେ ମଧ୍ୟ ଲଘୁଚାପଜନିତ ବର୍ଷା ଲାଗି ରହିବ ।

ଜଳସ୍ତର ବଢ଼ିବା ଯୋଗୁଁ ମହାନଦୀରେ ଛୋଟ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି । ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଯଦି ଉପର ମୁଣ୍ଡରେ ଅଧିକ ଜଳ ଛଡ଼ାଯାଏ, ତେବେ ସ୍ୱଳ୍ପ ବନ୍ୟା ଆସିପାରେ । କାଲି ସକାଳ ୮ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ଛୁଇଁବ । ଛତିଶଗଡ଼ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ପାଇଁ ଚାପ ପଡ଼ୁଛି । ହୀରାକୁଦର ଅଧିକ ଗେଟ୍ ଖୋଲିବା ପାଇଁ ଚାପ ପକାଉଛନ୍ତି ।’ କିନ୍ତୁ ଆମେ ଆମର ସ୍ଥିତି ଦେଖି ନିଷ୍ପତ୍ତି ନେବୁ ବୋଲି ଇଆଇସି କହିଛନ୍ତି ।

ଅନ୍ୟପଟେ ବୈତରଣୀ ଓ ଜଳକା ନଦୀରେ ଜଳସ୍ତର ବଢ଼ୁଛି । ତାହା ଉପରେ ଜନର ରହିଛି । କର୍ମଚାରୀଙ୍କ ଛୁଟି ବାତିଲ କରି ଆଲର୍ଟ ମୋଡରେ ରଖାଯାଇଛି । ଆଖୁଆପଦାରେ ବିପଦ ସଙ୍କେତ ଟପିଛି ବୈତରଣୀ ନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଟପିଛି ବିପଦ ସଙ୍କେତ ।

Get real time updates directly on you device, subscribe now.