fbpx
BSKY
BJD SHG SKY
BJD YOUTH SKY

୨୨ରେ ଆସୁଛି ଲଘୁଚାପ, ଭିଜିବ ପୂଜା ବଜାର!

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପଳାଇଯିବା ପରେ ଏବେ ପ୍ରଚଣ୍ଡଗ୍ରୀଷ୍ମପ୍ରବାହ ଲାଗି ରହିଛି । ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଏସବୁ ଭିତରେ ପାଣିପାଗବିଭାଗ ଏକ ଆଶ୍ୱସ୍ତିକର ଖବର ଦେଇଛି । ଆସନ୍ତା ୨୨ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୩ ତାରିଖରୁ ୨୬ ତାରିଖ ଯାଏ ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ପୂଜା ବଜାର ଭିଜିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ୨୩ରୁ ୨୬ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ ବି କୋହଲା ରହିବ ବୋଲି ସୂଚନା ଦିଆଯାଇଛି । ଆସନ୍ତା ରବିବାର ରାତି ୧୦ଟା ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଓଡ଼ିଶାମୁହାଁ ହେବ ଓ ୨୪ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ରହିବ । ଏପରିକି ଗୋପାଳପୁର ଓ ଚିଲିକା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ବାଂଲାଦେଶ ଆଡକୁ ମଧ୍ୟ ମୁହାଁଇବାର ସମ୍ଭାବନା ରହିଛି ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଆସନ୍ତା ୧୮ ଓ ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରେ ଏହା ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ । ୨୨ ଓ ୨୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ୨୩ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରଭାବ ପକାଇବ । ୨୫ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଉପକୂଳ ଆଗକୁ ବଢି ଉତ୍ତର ଓଡ଼ିଶା ଉପକୂଳରେ ଏହା ପ୍ରବେଶ କରିବ । ତେବେ ଏହାର ପ୍ରଭାବରେ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.