fbpx

ସୃଷ୍ଟି ହେଲା ଘୁର୍ଣ୍ଣି ବଳୟ,ଦୁଇ ଦିନରେ ବଡ ଲଘୁଚାପ

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ।ଯାହା ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଲଘୁଚାପର ରୂନ ନେବାକୁ ଯାଉଛି ।ପ୍ରଥମେ ଏହା ଉତ୍ତରରୁ ଉତ୍ତର ପଶ୍ଚିମ ଓ ୩ ରୁ ୪ଦିନ ପରେ ଉତ୍ତରରୁ ଉତ୍ତରପୂର୍ବ ଦିଗରେ ଗତି କରିବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ସେହିପରି ଦକ୍ଷିଣ ଓଡିଶାରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ ।ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉତ୍ତର ଓ ଉପକୂଳ ଓଡିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।ଖୋର୍ଦ୍ଧା,ନୟାଗଡ,କନ୍ଧମାଳ,ଗଂଜାମ,ଦେବଗଡ,ଢ଼େଙ୍କାନାଳ,ମୟୂରଭଂଜ,କେନ୍ଦୁଝର ଓ ସୁନ୍ଦରଗଡରେ କାଳବୈଶାଖୀ ବର୍ଷାର ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.