fbpx

ଜହ୍ନମାମୁଁ ର ଦାମ କେତେ ?

ଭୁବନେଶ୍ୱର:୧ ।୫(ଓଡିଶା ଭାସ୍କର): ପିଲାଟି ଦିନଠୁ ଚନ୍ଦ୍ର ବା ଜହ୍ନମାମୁଁ ସଭିଙ୍କ ମନରେ ଉକ୍ରଣ୍ଠା ସୃଷ୍ଟି କରେ । କେବେ ଭାବିଛନ୍ତି ଚନ୍ଦ୍ରର ଦାମ କେତେ । ଏହା କଣ ବିକ୍ରି ହେବ ? ଚନ୍ଦ୍ର ତ କିଣିବା ସମ୍ଭବ ନୁହେଁ ହେଲେ ଆପଣ ଯଦି କୋଟିପତି ଚନ୍ଦ୍ରରୁ ଟିକେ ବା ଚନ୍ଦ୍ର ଶିଳା ପିଣିପାରିବେ । ଚନ୍ଦ୍ରରୁ ପୃଥିବୀ ।୨ ଲକ୍ଷ ୪୦ ହଜାର ମାଇଲ । ସଢ଼େ ୧୩ କେଜିର ଏକ ଚନ୍ଦ୍ର ଶିଳା ଚନ୍ଦ୍ରରୁ ପୃଥିବୀକୁ ଖସି ପଡିଥିଲା । ଚନ୍ଦ୍ରରେ କୈାଣସି ଧୂମକେତୁ ମାଡ ହେବା ଦ୍ୱାରା ଖସିପଡିଥିବା ଏହି ଶିଳା ସାହାରା ମରୂଭୂମୀରେ ଦୁଇବର୍ଷ ତଳେ ଠାବ ହୋଇଥିଲା ।

ସେବେଠୁ ଏବେ ଯାଏ ତାକୁ ସାଇତି ରଖାଯାଇଥିଲା । ଶେଷରେ ତାର ନିଲାମ ଡକାଯାଇଛି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ୨ ଲକ୍ଷ ଆମେରିକୀୟ ଡଲାର ଭା ଭାରତୀୟ ମୁଦ୍ରାରେ ୧୮ କୋଟି ୮୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଫୁଟବଲ ଆକାରର ଏହି ଶିଳା ଟି ନ୍ୟାଚରାଲ ହିଷ୍ଟ୍ରି ମ୍ୟୁଜିୟମରେ ସ୍ଥାନ ପାଇବ ।

Get real time updates directly on you device, subscribe now.