ନୂଆଦିଲ୍ଲୀ- ଦେଶରେ ଯାତାୟାତର ସବୁଠାରୁ ଭରସାଯୋଗ୍ୟ ଯାନ ହେଉଛି ରେଳ । ରେଳ ଯାତ୍ରାରେ ସମୟ ସହ ଅର୍ଥର ସଂଚୟ ସମ୍ଭବ । ତେଣୁ ସ୍ପିଡ ଟ୍ରେନର ଚାହିଦା ରହିଛି । ଦେଶରେ ସବୁଠାରୁ ସ୍ପିଡ ଗଡୁଥିବା ଟ୍ରେନ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ । ତେବେ ଆପଣ ଜାଣନ୍ତି କି, ଦେଶରେ ସବୁଠାରୁ ଧୀମା ଚାଲୁଥିବା ଟ୍ରେନର ନାଁ କଣ?
ଭାରତର ଦକ୍ଷିଣାତ୍ୟରେ ଗଡୁଛି ସବୁଠାରୁ ଧୀମା ଗଡୁଥିବା ଟ୍ରେନ । ଏହା କେରଳ ଓ କର୍ଣ୍ଣଟକ ମଧ୍ୟରେ ଚଳପ୍ରଚଳ କରେ । ବିଶେଷ ଭାବେ ଏହା ୱାଇନାଡ ଜିଲା ସହ ଜଡିତ । ଏହାର ଗତି ଘଣ୍ଟାପ୍ରତି ଯେତିକି ରହିଛି, ସେତିକି ସ୍ପିଡରେ ଜଣେ ବ୍ୟକ୍ତି ଲୁନାରେ ଯାତ୍ରା କରିପାରିବେ । ହଁ ଏହି ଟ୍ରେନର ଗତି ଘଣ୍ଟା ପ୍ରତି ୪୦ କିମି ହୋଇଥାଏ । ଏତିକି ସ୍ପିଡରେ ଜଣେ ବ୍ୟକ୍ତି ଚାହିଁଲେ ଟ୍ରେନରେ ଯାତ୍ରା କରି ଆରାମରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ।
ଟ୍ରେନଟିର ନାଁ ୱାଇନାଡ ଏକ୍ସପ୍ରେସ । ଏହି ଟ୍ରେନର ଗତି ସ୍ଲୋ ହେବାର ରହିଛି ଅନେକ କାରଣ । ସବୁଠାରୁ ବଡ କାରଣ ହେଉଛି ସେଠାର ରେଳ ଧାରଣାର ସ୍ଥିତି । ଏହା ବ୍ୟତୀତ ପାହାଡିଆ ଇଲାକା । ଏହି ଟ୍ରେନ ହିଲ ଷ୍ଟେସନ ଇଲାକାରେ ଚାଲୁଛି । ଏଠାର ରେଳପଥ ବଙ୍କାଟଙ୍କା ହୋଇଥିବାରୁ ଟ୍ରେନକୁ ମନ୍ଥର ଗତିରେ ଗଡିବାକୁ ହୋଇଥାଏ । ଏଠି ଟ୍ରେନର ଗତିକୁ ବଢାଇବା ମଧ୍ୟ କଷ୍ଟକର ବ୍ୟାପାର । ଏଥିସହ, ଏହି ଟ୍ରେନରେ ସଂଯୋଗ ହୋଇଥିବା ଇଞ୍ଜିନ ଓ ଇଞ୍ଜିନର କ୍ଷମତା ଅନ୍ୟ ସ୍ପିଡ ଟ୍ରେନ ତୁଳନାରେ ବହୁଗୁଣାରେ କମ ରହିଛି ।
ଏଥିସହ ଏହି ଟ୍ରାକର ସଠିକ ମରାମତି ହୋଇନଥାଏ । ଖରାପ ମୌସମ ଓ ଭାରି ଟ୍ରାଫିକ ମଧ୍ୟ ୱାଇନାଡ ଏକ୍ସପ୍ରେସର ଗତିକୁ ମନ୍ଥର କରିଦିଏ ।