fbpx

ରୋଷେଇ ଘରକୁ ମହଙ୍ଗା ମାଡ଼: ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ମହଙ୍ଗା ହୋଇଛି ଗ୍ୟାସ ସିଲିଣ୍ଡର । କରୋନା କାଳରେ ପେଟ୍ରୋଲ-ଡିଜେଲ ପରେ ଜୁଲାଇ ୧ ଅର୍ଥାତ୍ ଆଜିଠାରୁ ରୋଷେଇ ଗ୍ୟାସର ଦର ବଢ଼ିଛି । ସରକାରୀ ତୈଳ କମ୍ପାନୀଗୁଡିକ ଘରୋଇ ରୋଷେଇ ଗ୍ୟାସରେ ୨୫.୫୦ ଟଙ୍କା ବଢ଼ାଇଛନ୍ତି । ସେହିପରି ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ୮୪ ଟଙ୍କା ବୃଦ୍ଧି କରାଯାଇଛି ।

ମୂଲ୍ୟ ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୩୪.୫ ଟଙ୍କା ହୋଇଛି । ମୁମ୍ବାଇରେ ଏହାର ମୂଲ୍ୟ ୨୫.୫୦ ଟଙ୍କା ବଢ଼ି ୮୩୪.୫ ଟଙ୍କା ହୋଇଛି । କୋଲକାତାରେ ୯୬୧ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୫୦.୫ ଟଙ୍କାକୁ ବୃଦ୍ଧି ପାଇଛି ସିଲିଣ୍ଡର ମୂଲ୍ୟ । ଭୁବନେଶ୍ୱରରେ ୧୪.୨ କେଜିର ଭାରତ ଗ୍ୟାସ ୮୩୫.୫୦ ଟଙ୍କା ଥିବାବେଳେ ଆଜିଠାରୁ ୮୬୧ ଟଙ୍କା ହୋଇଛି ।

Get real time updates directly on you device, subscribe now.