fbpx

ଖୁସିଖବର! ଲକ୍-ଡାଉନରେ ୧୬୨.୫ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦାମ୍

କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ଆସିଛି ଖୁସି ଖବର । ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ଯଥା ଏଚପିସିଏଲ, ବିପିସିଏଲ ଓ ଏଲଓସି ବିନା ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବାକୁ ଘୋଷଣା କରିଛନ୍ତି । ୧୪.୨ କିଲୋଗ୍ରାମର ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ ଦିଲ୍ଲୀରେ ଏବେ ୧୬୨.୫ ଟଙ୍କା ଶସ୍ତା ହୋଇଛି । ଏବେ ଏଲପିଜି ସିଲିଣ୍ଡର ଗ୍ୟାସର ମୂଲ୍ୟ ୫୮୧.୫୦ ଟଙ୍କା ରହିଛି । ସେହି ହିସାବରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ୍ ୨୫୬ ଟଙ୍କା ହ୍ରାସ ପାଇଁ ୧୦୨୯.୫୦ ଟଙ୍କା ହୋଇଛି । ଏହି କ୍ରମରେ ଗ୍ୟାସ ସିଲିଣ୍ଡର କୋଲକାତାରେ ୫୮୪.୫୦ ଟଙ୍କା, ମୁମ୍ବାଇରେ ୫୭୯.୦୦ ଟଙ୍କା, ଚେନ୍ନାଇରେ ୫୬୯.୫୦ ଟଙ୍କାକୁ ହ୍ରାସ ପାଇଛି ।

Get real time updates directly on you device, subscribe now.