fbpx

ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ମିଳିବ । ମଧୁବାବୁ ପେନସନ, ଜାତୀୟ ସାମାଜିକ ଯୋଜନାରେ ସହାୟତା ଦିଆଯିବ । ଏହି ଯୋଜନାରେ ୪୮ଲକ୍ଷ ହିତାଧିକାରୀ ଉପକୃତ ହେବେ । ଶହେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବେ ସରକାର । ମେ ଶେଷ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ସହାୟତା ଦିଆଯିବ । ସେହିପରି କିନ୍ନରଙ୍କ ପାଇଁ କାମ କରୁଥିବା ୧୧ଅନୁଷ୍ଠାନକୁ ସହାୟତା ଦିଆଯିବ । ୧୧ଟି ଅନୁଷ୍ଠାନଙ୍କୁ ୨କୋଟି ୫୦ଲକ୍ଷ ଟଙ୍କା ଦିଆଯିବ । ସେମାନେ ସଚେତନ ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ କାମ କରିବେ । ଏସଏସପିଡ଼ି ଅଧୀନରେ ରହିଛି ୧୦୩ଟି ସ୍ୱତନ୍ତ୍ର ବିଦ୍ୟାଳୟ ରହିଛି । ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ମାସିକ ୧୭୬୦ଟଙ୍କା ମିଳିବ । ପୂର୍ବରୁ ୧୨ଶହ ଟଙ୍କା ପଢ଼ୁଥିବା ପିଲାଙ୍କୁ ମିଳୁଥିଲା । ଏନେଇ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.