ଶସ୍ତା ହୋଇଗଲା ଏଲପିଜି ଗ୍ୟାସ୍‌: ଅଗଷ୍ଟ ପ୍ରଥମ ଦିନରେ ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ ନୂତନ ମୂଲ୍ୟ

ନୂଆଦିଲ୍ଲୀ: ଅଗଷ୍ଟ ମାସ ଆରମ୍ଭରୁ ହ୍ରାସ ପାଇଛି ଏଲପିଜି ଦାମ୍ । ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ଗ୍ରାହକଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତିକର ଖବର । ଆଜିଠାରୁ କମର୍ସିୟାଲ ସିଲିଣ୍ଡର ଉପରେ ୩୬ ଟଙ୍କା ହ୍ରାସ ପାଇଛି । କହିରଖୁ କି ରାଜାଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୨୦୧୨.୫୦ ଟଙ୍କା ଥିଲା । ଯାହା ହ୍ରାସ ପାଇ ୧୯୭୬.୫୦ ହୋଇଛି । ସେହିପରି କଲିକତାରେ ଏହା ୨୧୩୨ ଟଙ୍କା ଥିବା ବେଳେ ୨୦୯୫.୫୦ ଖସି ଯାଇଛି । ସେହିପରି ମୁମ୍ବାଇରେ ୧୯ କେଜି ସିଲିଣ୍ଡର ୧୯୩୬.୫୦ ଟଙ୍କା ଥିବା ବେଳେ ଏହା ୧୯୩୬.୫୦ ଟଙ୍କାକୁ ହ୍ରାସ ପାଇଛି।

ତେବେ ଘରୋଇ ଏଲପିଜି ଦରରେ କୌଣସି ହ୍ରାସ ପାଇନାହିଁ। ଏବେ ମଧ୍ୟ ପୁର୍ବ ଦାମ୍‌ରେ ଘରୋଇ ଏଲପିଜି ଉପଲବ୍ଧ ହେବ। ନୂଆଦିଲ୍ଲୀରେ ଘରୋଇ ଏଲପିଜି ଦର ୧୦୫୩ ଥିବା ବେଳେ କଲିକତାରେ ଏହା ୧୦୭୯, ମୁମ୍ବାଇରେ ୧୦୫୨ ଏବଂ ଚେନ୍ନାଇରେ ୧୦୬୮ ଟଙ୍କା ଅଛି।

ଉଲ୍ଲେଖଯୋଗ୍ୟ ଜୁାଲଇ ମାସରେ ମଧ୍ୟ କମର୍ସିୟାଲ ଏଲପିଜି ଦର ୮.୫୦ ଟଙ୍କା ହ୍ରାସ ପାଇଥିଲା। ସେ ସମୟରେ ଦିଲ୍ଲୀରେ ସିଲିଣ୍ଡର ପିଛା ଦାମ୍ ୨୦୧୨.୫୦ ଟଙ୍କା, ମୁମ୍ବାଇରେ ୧,୯୭୨.୫୦ ଟଙ୍କା, କୋଲକାତାରେ ୨,୧୩୨ ଟଙ୍କା ଏବଂ ଚେନ୍ନାଇରେ ୨,୧୭୭.୫୦ ଟଙ୍କାକୁ ହ୍ରାସ ପାଇଥିଲା। ସେହିପରି ୬ ଜୁଲାଇକୁ ଘରୋଇ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଥିଲା। ଆନ୍ତର୍ଜାତୀୟ ବଜାରରେ ତୈଳ ଏବଂ ଗ୍ୟାସ୍‌ର ମୂଲ୍ୟରେ ବୃଦ୍ଧି ହେତୁ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି।