fbpx

ବଢ଼ିଲା ଏଲପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ, ୧୨ା୨: ଆଜି ଏଳପିଜି ଗ୍ୟାସ୍ ଦର ବଢ଼ିଥିବା ନେଇ ସୂଚନା ମିଳିଛି । ୧୪୯ଟଙ୍କା ଯାଏଁ ଅଣ ସବସିଡ଼ି ଏଲପିଜି ଗ୍ୟାସ ଦର ବଢ଼ିଛି । ମେଟ୍ରୋ ସହରରେ ୧୪କେଜି ସିଲିଣ୍ଡରରେ ଆଜିଠୁ ନୂଆ ଦର ଲାଗୁ ହେବ । ଭୁବନେଶ୍ୱରରେ ଗ୍ୟାସ ସିଲିଣ୍ଡର ଦର ୮୯୫ଟଙ୍କା ୫୦ ପଇସା ହୋଇଛି । ପୂର୍ବରୁ ସିଲିଣ୍ଡର ପିଛା ଦର ଥିଲା ୭୪୬ ଟଙ୍କା ୫୦ପଇସା ଥିଲା । ଦିଲ୍ଲୀରେ ୭୧୪ରୁ ୮୫୮.୫୦ଟଙ୍କାକୁ ବୃଦ୍ଧି ପାଇଛି । ମୁମ୍ବାଇରେ ୬୮୪.୫୦ରୁ ୮୨୯.୫ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ କୋଲକାତାରେ ୭୪୭ ଟଙ୍କାରୁ ୮୯୬ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଚେନ୍ନାଇରେ ୭୩୪ ଟଙ୍କାରୁ ୮୮୧ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.