fbpx

ଓଡ଼ିଶାରେ ହେବ ୪୫ଟି MSME କ୍ଲଷ୍ଟର

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ଆଜି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ରାଉରକେଲାରେ ଟୁଲ ରୁମ୍ ତାଲିମ କେନ୍ଦ୍ର ହେବ । ଏଥି ପାଇଁ ରାଜ୍ୟ ସରକାର ଜମି ଦେବେ ଏବଂ ୨୦୦କୋଟି ଟଙ୍କା କେନ୍ଦ୍ର ଦେବ । ସେହିପରି ରାଜ୍ୟର ୪ଟି ସ୍ଥାନରେ ସମ୍ପ୍ରସାରଣ କେନ୍ଦ୍ର ହେବ । ୪ଟି ସ୍ଥାନ ହେଉଛି ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱର । ପ୍ରତ୍ୟେକ କେନ୍ଦ୍ର ପାଇଁ ୨୦କୋଟି ଟଙ୍କା ଖର୍ଚ୍ଚ ହେବ । ଦେଶର ୨୨୬ଟି ଏମଏସଏମଏଇ କ୍ଲଷ୍ଟର ମଧ୍ୟରୁ ଓଡ଼ିଶାରେ ୪୫ଟି ହେବ । ଉପକୂଳ ଜିଲ୍ଲାରେ ଅବ୍ୟବହୃତ ୬୬୦୦ ଏକର ଜମିରେ ମାଛ ଚାଷ ଯୋଜନା କରାଯିବ । ଫେବୃଆରୀ ୧୪ରେ ବାଲେଶ୍ୱରରେ ଏମଏସଏମଏଇ କର୍ମଶାଳା ହେବ ବୋଲି ପ୍ରତାପ କହିଛନ୍ତି ।

Get real time updates directly on you device, subscribe now.