fbpx
BJD SKY
BJD SKY

୧୦୦ ଟଙ୍କା ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର ଦାମ୍: ଜାଣନ୍ତୁ ଆପଣଙ୍କ ସହରର ରେଟ୍

BJD

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଖୁସିଖବର । ଆଜିଠାରୁ ଏଲପିଜି ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । ଏହି ମାସରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଗଲା । ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଏଲପିଜିର ନୂଆ ହାର ଆଜି ଅର୍ଥାତ୍ ୧ ସେପ୍ଟେମ୍ବରରେ ପ୍ରକାଶ ପାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହେବ । ଏହି ହ୍ରାସ ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କାନିକୁମାରୀ ପର୍ଯ୍ୟନ୍ତ ହୋଇଛିି ।

ଏହି ପରିବର୍ତ୍ତନ କେବଳ କମର୍ସିଆଲ ସିଲିଣ୍ଡରରେ ହୋଇଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ୬ ଜୁଲାଇର ହାରରେ ଉପଲବ୍ଧ । ତେବେ ଜୁଲାଇ ୬ ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା ।

୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡରର ନୂଆ ରେଟ୍:-
ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କାରେ ଉପଲବ୍ଧ ହେବ । ଏଥି ସହିତ, ଏହା ପୂର୍ବରୁ କୋଲକାତାରେ ୨୦୯୫.୫୦ ଟଙ୍କାରେ ଉପଲବ୍ଧ ଥିଲା, କିନ୍ତୁ ୧ ସେପ୍ଟେମ୍ବରରୁ ୧୯୯୫.୫୦ ରୁ ଉପଲବ୍ଧ ହେବ । ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୮୪୪ ଟଙ୍କା ଏବଂ ଚେନ୍ନାଇରେ ୨୦୪୫ ଟଙ୍କାକୁ ଖସି ଆସିଛି ।

୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ :-
ଲେହ -୧୨୯୯
ଆଇଜୋଲ -୧୨୦୫
ଶ୍ରୀନଗର -୧୧୬୯
ପାଟନା -୧୧୪୨.୫
କାନିଆ କୁମାରୀ -୧୧୩୭
ଆଣ୍ଡାମାନ -୧୧୨୯
ରାଞ୍ଚି -୧୧୧୦.୫
ଶିମଲା -୧୦୯୭.୫
ଲଖନଉ- ୧୦୯୦.୫
ଉଦୟପୁର -୧୦୮୪.୫
ଇନ୍ଦୋର -୧୦୮୧
କୋଲକାତା -୧୦୭୯
ଦେହରାଡୁନ୍ -୧୦୭୨
ଚେନ୍ନାଇ -୧୦୬୮.୫
ଆଗ୍ରା -୧୦୬୫.୫
ଚଣ୍ଡିଗଡ଼ -୧୦୬୨.୫
ବିଶାଖାପାଟନମ୍ -୧୦୬୧
ଅହମ୍ମଦାବାଦ -୧୦୬୦
ଭୋପାଳ -୧୦୫୮.୫
ଜୟପୁର -୧୦୫୬.୫
ବେଙ୍ଗାଲୁରୁ -୧୦୫୫.୫
ଦିଲ୍ଲୀ -୧୦୫୩
ମୁମ୍ବାଇ -୧୦୫୨.୫

Get real time updates directly on you device, subscribe now.