fbpx
BJD
BJD SKY
BJD SKY

ଡିସେମ୍ବର ୧ରୁ ବଦଳିବ ନିୟମ, ସିମ୍ କାର୍ଡ ଠାରୁ ଏଲ୍‌ପିଜି ପର୍ଯ୍ୟନ୍ତ ଏହିସବୁ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: କାଲି ଠାରୁ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ଆରମ୍ଭ ହୋଇଯିବ । ନୂଆବର୍ଷରେ କିଛି ନୂଆ ନିୟମ ବି ଲାଗୁ ହୋଇଯିବ । ଏହି ନୂଆ ନିୟମ ଆପଣଙ୍କ ପକେଟ୍ ସହିତ ଆପଣଙ୍କ ଜୀବନ ଉପରେ ବି ପ୍ରଭାବ ପକାଇବ । ଏହି କ୍ରମରେ ଆସନ୍ତୁ ଜାଣିବା ଡିସେମ୍ବର ୨୦୨୩ରେ କ’ଣ କ’ଣ ନିୟମ ସବୁ ବଦଳିଯିବ ।

ଡିସେମ୍ବରରେ ସିମ୍ କାର୍ଡ, ୟୁପିଆଇ ଆଇଡି, ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହ ଜଡିତ ନୂଆ ନିୟମ ଲାଗୁ ହୋଇଯିବ ।
-୧ ଡିସେମ୍ବରରେ ଦେଶରେ ସିମ୍ କାର୍ଡ କିଣିବା ଓ ବିକିବା ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ଲୋକମାନେ ଗୋଟିଏ ଆଇଡିରେ ଏକ ସଙ୍ଗେ ବହୁ ସିମ୍ କାର୍ଡ କିଣିପାରୁଥିଲେ । କିନ୍ତୁ ଏବେ ୧ ଡିସେମ୍ବରରୁ ଆପଣ ଆଉ ଏହା କରିପାରିବେ ନାହିଁ । ଆପଣଙ୍କୁ କେବଳ ସୀମିତ ସଂଖ୍ୟାରେ ସିମ୍ କାର୍ଡ କିଣିବାକୁ ଅନୁମତି ମିଳିପାରିବ । ସେହିପରି ସିମ୍ କାର୍ଡ ବିକ୍ରୀ କରୁଥିବା ବ୍ୟକ୍ତିିଙ୍କୁ ରେଜିଷ୍ଟ୍ରେସନ ଓ ସିଷ୍ଟମରେ ସାମିଲ ହେବା ପୂର୍ବରୁ କେୱାଇସି ପ୍ରୋସେସ୍ ପୁରା କରିବାକୁ ହେବ ।
-ସେହିପରି କେନ୍ଦ୍ର ସରକାରଙ୍କ ସେହି ପେନସନଭୋଗୀଙ୍କ ପେନସନ ବନ୍ଦ ହୋଇଯିବ ଯେଉଁମାନେ ୩୦ ନଭେମ୍ବର ସୁଦ୍ଧା ନିଜର ଜୀବନ ପ୍ରମାଣପତ୍ର ଜମା କରିନାହାନ୍ତି । କିନ୍ତୁ ଏମାନେ ଆଗାମୀ ବର୍ଷ ଅକ୍ଟୋବର ପୂର୍ବରୁ ଜୀବନ ପ୍ରମାଣପତ୍ର୍ର ଜମା କରିଦେଲେ ପେନସନ୍ ପୁଣି ମିଳିଯିବ ।
-ବ୍ୟାଙ୍କରୁ ଲୋନ୍ ନେବା ଲାଗି ଜମା କରିଥିବା ସମ୍ପତ୍ତିର କାଗଜପତ୍ର ଫେରସ୍ତ ନେବାରେ କାଲିଠାରୁ ଗ୍ରାହକଙ୍କୁ ଆଉ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କାରଣ ଏହା ସମ୍ବନ୍ଧିତ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିୟମ କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ନୂଆ ନିୟମ ଅନୁସାରେ ଲୋନ୍ ଶୁଝିବାର ଏକ ମାସ ଭିତରେ ବ୍ୟକ୍ତିକୁ ସଂପତ୍ତିର କାଗଜପତ୍ର ଫେରାଇ ଦିଆଯିବ । ଏପରି ନ କଲେ ବ୍ୟାଙ୍କକୁ ପ୍ରତିଦିନ ୫ ହଜାର ଜୋରମାନା ଦେବାକୁ ପଡିବ ।
-ଏଚଡିଏଫସି ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡକୁ ନେଇ କିଛି ପରିବର୍ତ୍ତନ କରିଛି । ଏଥିରେ ଲାଉଞ୍ଜ ଆକ୍ସେସ ଲାଗି ଖର୍ଚ୍ଚର ସୀମା ବୃଦ୍ଧି କରାଯାଇଛି ।
-ପେମେଣ୍ଟ ରେଗୁଲେଟୋରୀ ଏନପିସିଆଇ ଏକ ସର୍କୁଲାର ଜାରି କରିଛି ଯଦ୍ଦ୍ୱାରା ସେହିସବୁ ୟୁପିଆଇ ଆଇଡି ବନ୍ଦ ହୋଇଯିବ ଯେଉଁମାନେ ଏକ ବର୍ଷରୁ ସେହି ଆଇଡିରେ କୌଣସି କାରବାର କରିନାହାନ୍ତି । ୩୧ ଡିସେମ୍ବର ସୁଦ୍ଧା ଏହି ଆଇଡିକୁ ବନ୍ଦକରିବାକୁ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
-ପ୍ରତି ମାସର ଆରମ୍ଭରେ ସରକାର ଏଲପିଜି ଗ୍ୟାସ୍ ସିଲିଣ୍ଡରର ନୂଆ ରେଟ୍ ନିର୍ଦ୍ଧାରିତ କରିଥାନ୍ତି । ୧ ଡିସେମ୍ବରରେ ବି ମୂଲ୍ୟ ପରିବର୍ତ୍ତନ ହୋଇପାରେ । ନଭେମ୍ବର ୧ରୁ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବଢିସାରିଛି ।

Get real time updates directly on you device, subscribe now.