fbpx

କରୋନାର ପ୍ରତିଷେଧକ ତାଲାବନ୍ଦ ଓ ସାମାଜିକ ଦୂରତା

ନୂଆଦିଲ୍ଲୀ, ୫ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଦେଶରେ ବତ୍ତର୍ମାନ ସୁଦ୍ଧା ୭୯ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୭୪ଜଣ ରହିଛନ୍ତି । ଚିକିତ୍ସା ପରେ ୨୬୭ଜଣ ସୁସ୍ଥ ହୋଇଛନ୍ତି । ଦେଶର ୨୭୪ ଜିଲ୍ଲାରେ କରୋନା କେସ୍ ସାମ୍ନାକୁ ଆସିଛି । ଏହାସହ ବାହାରେ ଛେପ ପକାଇଲେ ସଂକ୍ରମଣ ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ତାଲାବନ୍ଦ ଓ ସାମାଜିକ ଦୂରତା କରୋନାର ପ୍ରତିଶେଧକ ବୋଲି ଅଗ୍ରୱାଲ କହିଛନ୍ତି । ଆୟୁଷ୍ମାନ ଭାରତ ଅଧିନରେ ଘରୋଇ ଲ୍ୟାବରେ ଟେଷ୍ଟ ସୁବିଧା ରହିବ । କୃଷକଙ୍କୁ କୌଣସି ପ୍ରକାର ସମସ୍ୟା ହେବାକୁ ଦିଆଯିବନି । ତାଲାବନ୍ଦକୁ ବିଭିନ୍ନ ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.