fbpx

ସୋସିଆଲ୍ ଡିଷ୍ଟାନ୍ସ ମେଣ୍ଟେନ୍ ପାଇଁ ପୋଲିସ କମିଶନରଙ୍କ ଅପିଲ୍

ଭୁବନେଶ୍ୱର, ୫ା୪ (ଓଡ଼ିଶା ଭାସ୍କର): ସଟ୍ଡାଉନ୍ ସମୟରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ରବିବାର ରାତି ୮ଟା ପରେ ବି ପ୍ରାୟ ଅନେକ ଦୋକାନ ବନ୍ଦ ରହିବ । ତେଣୁ ସୋମବାରଠାରୁ ସମସ୍ତ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ । ସଟ୍ଡାଉନ୍ ହଟିବା ମାତ୍ର ଅର୍ଥାତ ରବିବାର ରାତି ୮ଟା ପରେ ଭିଡ଼ ନଜମାଇବାକୁ ସେ ପରାମର୍ଶ ଦେଇଛନ୍ତି । ଫେସ୍ବୁକ୍ ଲାଇଭ୍ ମାଧ୍ୟମରେ ସେ ଏହି ବାର୍ତ୍ତା ଦେଇଛନ୍ତି । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଅନ୍ୟ ଜରୁରୀ କାର୍ଯ୍ୟରେ ମଧ୍ୟ ବାହାରକୁ ଯିବା ମାତ୍ରେ ଭିଡ଼ ଜମାନ୍ତୁ ନାହିଁ । ଦୋକାନଙ୍କୁ ଗଲେ ସାମଜିକ ଦୂରତା ବଜାୟ ରଖନ୍ତୁ । ସାମାଜିକ ଦୂରତା ମାଧ୍ୟମରେ କରୋନାକୁ ମୁକାବିଲା କରାଯାଇପାରିବ । ବାହାରକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି । ସଟ୍ଡାଉନ୍ ସରି ଯାଇଥିଲେ ମଧ୍ୟ ପୂର୍ବଭଳି ଲକ୍ଡାଉନ୍ ଜାରି ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.