fbpx

Big Breaking: ରାମ ମନ୍ଦିର ଉଦଘାଟନ ପୂର୍ବରୁ ଉତ୍ତରପ୍ରଦେଶରେ ଧରାପଡିଲା ISIS ଆତଙ୍କବାଦୀ

ଲକ୍ଷ୍ନୌ: ଆତଙ୍କବାଦୀ ସଂଗଠନ ISISର ଜଣେ ଆତଙ୍କବାଦୀକୁ ଉତ୍ତରପ୍ରଦେଶ ଏଟିଏସ୍ ଅଲିଗଡରୁ ଗିରଫ କରିଛି । ଏହି ଆତଙ୍କବାଦୀର ନାମ ଫୈଜାନ ବକ୍ତିଆର ଥିଲା ଯାହା ମୁଣ୍ଡ ଉପରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ସଂଗଠନର ଅଲିଗଡ ଶାଖାର ୮ ଜଣ ଆତଙ୍କବାଦୀ ଗିରଫ ହୋଇସାରିଲେଣି । ଫୈଜାନ ପ୍ରୟାଗରାଜର ରିଜୱାନ ଅସରଫ ମାଧ୍ୟମରେ ISIS ସଂଗଠନରେ ଶପଥ ନେଇଥିଲା ।

ମିଳିଥିବା ରିପୋର୍ଟରୁ ଜଣାଯାଇଛି ଫୈଜାନ ନିଜର କିଛି ସାଥିଙ୍କ ସହ ଅଲିଗଡର ISIS ଶାଖା ଗଠନ କରିଥିଲା । ଏହି ସମସ୍ତ ଅଭିଯୁକ୍ତ ISIS ର ଶପଥ ନେଇସାରିଥିଲେ । ଏ ସମସ୍ତଙ୍କୁ ଏଟିଏସ୍ ଗିରଫ କରିସାରିଛି । ଏମାନେ ବଡ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବାକୁ ପ୍ରସ୍ତୁତ ହେଉଥିଲେ । ଫୈଜାମ ଅଲିଗଡ ମୁସଲିମ୍ ୟୁନିଭରସିଟିରେ ସୋସିଆଲ ସାଇନ୍ସରେ ମାଷ୍ଟର ଡିଗ୍ରୀ ପାଇଁ ପଢୁଥିଲା । ଖୁବ୍ ଶୀଘ୍ର ଏଟିଏସ୍ ଫୈଜାନକୁ ରିମାଣ୍ଡରେ ନେଇ ପଚରାଉଚୁରା କରିବ ।

Get real time updates directly on you device, subscribe now.