fbpx

ନର୍ସରୀରୁ ଅଷ୍ଟମ ପିଲାଙ୍କ ସ୍କୁଲ ଟାଇମ ପରିବର୍ତ୍ତନ: ଏଥର ଏହି ସମୟରେ ସ୍କୁଲ ଆସିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୧୮ ତାରିଖରୁ ଠାରୁ ପୁଣି ଖୋଲିବ ସ୍କୁଲ । ଏକ ନୂଆ ସମୟରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ନର୍ସରୀ ପିଲାଙ୍କଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଟାଇମିଙ୍ଗରେ ଏକ ବଡ଼ ପରିବର୍ତ୍ତନ କରିବା ପାଇଁ ଘୋଷଣା କରାଯାଇଛି । ବୃଦ୍ଧି ପାଉଥିବା ଶୀତ ଲହରିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଏବେ କାଲିଠୁ ଏକ ନୂଆ ସମୟରେ ପିଲାମାନେ ସ୍କୁଲକୁ ଆସିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗୌତମ ବୁଦ୍ଧନଗର ଡିଏମ୍ । ଏ ନେଇ ଜିଲ୍ଲାପାଳଙ୍କ ତରଫରୁ ଆଦେଶ ଜାରି ହୋଇଛି ।

ଜିଲ୍ଲା ଅଧିକାରୀଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲପିଲାଙ୍କ ସମୟ ସକାଳ ୧୦ଟାରୁ ଆରମ୍ଭ ହେବ । ଏଣିକି ସକାଳୁଆ ସ୍କୁଲ ପରିବର୍ତ୍ତେ ପୂର୍ବ ପରି ୧୦ଟାରୁ ପିଲାମାନେ ସ୍କୁଲକୁ ଆସିବେ । ତେବେ ଏହି ନୂଆ ଆଦେଶ ପାଳନ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି ।

ଜାନୁୟାରୀ ୧୬ ତାରିଖ ଯାଏ ସମସ୍ତ ବୋର୍ଡର ସ୍କୁଲରେ ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ଗୌତମବୁଦ୍ଧ ନଗରର ଜିଲ୍ଲାଧିକାରୀ । ତେବେ ଜାନୁଆରୀ ୧୮ତାରିଖରୁ ଜିଲ୍ଲାପାଳଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ, ଗୌତମ ବୁଦ୍ଧ ନଗରର ମୌଳିକ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବୋର୍ଡର ବିଦ୍ୟାଳୟଗୁଡ଼ିକର ସମୟ ପରିବର୍ତ୍ତନ କରାଯାଇଛି । ଜିଲ୍ଲାରେ ଗୁରୁବାର ଠାରୁ ନର୍ସରୀରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାମାନଙ୍କୁ ସକାଳ ୧୦ ଟାରୁ ସ୍କୁଲ ଯିବାକୁ ପଡିବ । ଡିଏମ ମନୀଷ କୁମାର ବର୍ମା ଏହି ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ମୌଳିକ ଶିକ୍ଷା ଅଧିକାରୀ ରାହୁଲ ପାନୱାର କହିଛନ୍ତି ଯେ, ଗୌତମ ବୁଦ୍ଧ ନଗରରେ ମୌଳିକ ଶିକ୍ଷା ବିଭାଗ ଅଧୀନରେ ଚାଲିଥିବା କ୍ଲାସ ନର୍ସରୀ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ବୋର୍ଡ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ପରିଚାଳନା କରିବାକୁ ଗୌତମ ବୁଦ୍ଧ ନଗର ଡିଏମ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଆଦେଶ ସମସ୍ତ ବୋର୍ଡର ସମସ୍ତ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ହେବ । ଘନ କୁହୁଡି ଏବଂ ଅତ୍ୟଧିକ ଥଣ୍ଡା ହେତୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Get real time updates directly on you device, subscribe now.