fbpx

ଭୟାନକ ଘଟଣା ! ସହଜ ନୁହେଁ ଡେଲିଭରୀ ବୟର ଚାକିରି, Cash on Delivery ମାଧ୍ୟମରେ ହେଉଛି ହତ୍ୟା

ନୂଆଦିଲ୍ଲୀ : ସମାଜରେ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ମାନସିକତା ଦିନକୁ ଦିନ ଘୃଣ୍ୟ ହେବାରେ ଲାଗିଛି । ଏଭଳି ଏକ ଭୟାନକ ଘଟଣା ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ସାମ୍ନାକୁ ଆସିଛି । ମାଗଣାରେ ଆଇଫୋନ ପାଇବାର ଲୋଭରେ ଡେଲିଭରୀ ବୟଙ୍କୁ ହତ୍ୟା କରାଯାଇଛି । ହୋମ ଡେଲିଭରି ପାଇଁ ଯାଇଥିବା ବେଳେ ତାଙ୍କୁ ବିଭତ୍ସ ହତ୍ୟା କରାଯାଇଛି ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଅନଲାଇନରୁ ଆଇଫୋନ ଅର୍ଡର କରିଥିଲେ । ତେବେ ଏହାକୁ ଦେବା ପାଇଁ 30 ବର୍ଷୀୟ ଡେଲିଭରୀ ବୟ ଗ୍ରାହକଙ୍କ ଘରକୁ ଯାଇଥିଲେ । ଆଇଫୋନର ଦାମ୍ 1 ଲକ୍ଷ ଟଙ୍କା ହୋଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ମୃତ ବ୍ୟକ୍ତିଙ୍କ ନାମ ଗଜାନନ ବୋଲି ଜଣାପଡିଛି । ଗତ 23 ତାରିଖରେ ସେ ଡେଲିଭରି ବୟ ଭରତ ପ୍ରଜାପତିକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗଜାନନ ନାମକ ଜଣେ ଗ୍ରାହକ ଅନଲାଇନରେ ଆଇଫୋନ ଅର୍ଡର କରିଥିଲେ । ଏହା କେସ୍ ଅନ ଡେଲିଭରି କରିଥିଲେ । ତେବେ ଗତ 23 ତାରିଖ ଦିନ ଡେଲିଭରି ବୟ ଆଇଫୋନ ଡେଲିଭରି ପାଇଁ ଯାଇଥିଲେ । ଫୋନ ଦେଲା ପରେ ଟଙ୍କା ମାଗିଥିଲେ । ଏହାପରେ ଗ୍ରାହକ ଜଣକ ସାଙ୍ଗ ସହ ମିଶି ଡେଲିଭରି ବୟଙ୍କର ଗଳା ଚିପି ଦେଇଥିଲେ । ଏହାପରେ ମୃତଦେହକୁ ଏକ କାରରେ ନେଇ କେନାଲରେ ଫିଙ୍ଗି ଦେଇଥିଲେ । ତେବେ ଭରତ ନମିଳିବା କାରଣରୁ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ତାଙ୍କ ମୋବାଇଲର କଲ୍ ବିବରଣୀ ବାହାର କରାଯାଇଥିଲା । ତେବେ ଶେଷ କଲ୍ ଗଜାନନର ରହିଥିବା କାରଣରୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Get real time updates directly on you device, subscribe now.