fbpx

ଏବେ ଆକାଶ ମାର୍ଗରୁ କରିପାରିବେ ଅଯୋଧ୍ୟା ଓ ରାମ ମନ୍ଦିର ଦର୍ଶନ, ଏହି ସହରରୁ ଆରମ୍ଭ ହେଉଛି ହେଲି ସେବା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଯୋଗୀ ସରକାର ରାମ ଭକ୍ତ ଓ ପର୍ଯ୍ୟଟକଙ୍କୁ ହେଲିକପ୍ଟରରେ ଅଯୋଧ୍ୟା ଧାମ ଦର୍ଶନ କରାଇବେ । ସରକାର ପ୍ରଦେଶର ୬ ଜିଲ୍ଲାରେ ଏହି ହେଲି ସେବା ଉପଲବ୍ଧ କରାଇବାକୁ ଯାଉଛନ୍ତି । ଏହି ସେବା ପ୍ରଥମେ ଲକ୍ଷ୍ନୌରୁ ଆରମ୍ଭ ହେବ । ସରକାରଙ୍କ ପକ୍ଷରୁ ରାଜ୍ୟର ୬ ଜିଲ୍ଲାରେ ହେଲି ସେବା ପ୍ରଦାତା ଅପରେଟରଙ୍କ ଚୟନ କରାଯାଇଛି ଯେଉଁମାନେ ଅପରେସନାଲ ମଡେଲରେ ହେଲି ସେବା ପ୍ରଦାନ କରିବେ ।

ରାମ ଭକ୍ତ ଓ ପର୍ଯ୍ୟଟକଙ୍କୁ ଏହି ହେଲି ସେବା ଗୋରଖପୁର, ବାରାଣସୀ, ଲକ୍ଷ୍ନୌ, ପ୍ରୟାଗରାଜ, ମଥୁରା ଓ ଆଗ୍ରାରୁ ମିଳିବ । ଆଗାମୀ ଦିନରେ ପ୍ରଦେଶର ଅନ୍ୟ ଜିଲ୍ଲାରୁ ମଧ୍ୟ ଏହି ସେବା ଆରମ୍ଭ ହେବ । କେବଳ ଏତିକି ନୁହେଁ ଯୋଗୀ ସରକାର ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ନଗରୀ ଓ ରାମ ମନ୍ଦିରର ଦର୍ଶନ ମଧ୍ୟ ଆକାଶ ମାର୍ଗରୁ କରାଇବେ । ଏହାର ଦାୟିତ୍ୱ ପର୍ଯ୍ୟଟନ ବିଭାଗକୁ ଦିଆଯାଇଛି । ଏହି ସୁବିଧା ପାଇବା ଲାଗି ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ବୁକିଂ କରିବାକୁ ପଡିବ ।

ମିଳିଥିବା ସୂଚନାରୁ ଜଣାଯାଇଛି ଏଥିପାଇଁ ରାମ ଭକ୍ତ ସରଜୁ ତଟ ସ୍ଥିତ ଟୁରିଜିମ୍ ଗେଷ୍ଟ ହାଉସ୍ ନିକଟରେ ନିର୍ମାଣ ହୋଇଥିବା ହେଲିପ୍ୟାଡରୁ ଉଡାଣ ଭରିବେ । ଏହି ଉଡାଣ ସମୟରେ ଶ୍ରଦ୍ଧାଳୁ ରାମ ମନ୍ଦିର, ହନୁମାନଗଡି, ସରଜୁ ଘାଟ ସହିତ ପ୍ରସିଦ୍ଧ ଦର୍ଶନୀୟ ସ୍ଥଳ ଆକାଶ ମାର୍ଗରୁ ଦେଖିପାରିବେ । ଏଥିପାଇଁ ୧୫ ମିନିଟ୍ ସମୟ ରହିଛି । ଏହା ବ୍ୟତିତ ପ୍ରତି ଶ୍ରଦ୍ଧାଳୁଙ୍କୁ ଏଥିପାଇଁ ୩,୫୩୯ଟଙ୍କା ଭଡା ଦେବାକୁ ହେବ ।

Get real time updates directly on you device, subscribe now.