fbpx

NALCO ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ଆବେଦନ କରିବା ମାଗଣା, ପ୍ରାର୍ଥୀଙ୍କୁ ମିଳିବ ଉଚ୍ଚ ହାରରେ ବେତନ

ରାଜ୍ୟରେ ବର୍ତ୍ତମାନ ସମୟରେ ନିଯୁକ୍ତି ଋତୁ ଚାଲିଛି । ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି), ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି), ରାଜ୍ୟ ଚୟନ ଆୟୋଗ (ଏସଏସବି) ପକ୍ଷରୁ ବିଭିନ୍ନ ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ତେବେ ଏହା ମଧ୍ୟରେ ପୁଣି ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ ।

ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ କୌଣସି ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ନାହିଁ । ଜାନୁଆରୀ ମାସ ୧୬ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳ ଏହା ଆସନ୍ତା ମାସ ୧୪ ତରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟ, ଶିକ୍ଷାଗତ ଯୋଗ୍ୟ, କାର୍ଯ୍ୟ ଅଭିଜ୍ଞତା ଆଦି ଫେବୃଆରୀ ୧୪ ତାରିଖ ସୁଦ୍ଧା ହିସାବକୁ ନିଆଯିବ ।

ଫାଇନାନ୍ସ କ୍ଷେତ୍ରରେ ୧୦ ଜଣ ଡେପୁଟି ମ୍ୟାନେଜରଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ପ୍ରାର୍ଥୀ ସ୍ନାତକ ପାସ୍ ସହିତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା କଷ୍ଟ ଆକାଉଣ୍ଟାଣ୍ଟ କରିଥିବେ । ପ୍ରାର୍ଥୀ ସରକାରୀ / ପିଏସୟୁ / ରେପୁଟେଡ ସଂସ୍ଥାରେ କାର୍ଯ୍ୟନିର୍ବାହୀ/ଅଧିକାରୀ ଭାବେ କାର୍ଯ୍ୟ କରିଥିବେ । ଡେପୁଟି ମ୍ୟାନେଜର (ସିଷ୍ଟମସ) ପଦ ପାଇଁ ପ୍ରାର୍ଥୀ ଇଞ୍ଜିନିୟରିଂ ଡିଗ୍ରୀ କରିବା ସହିତ କାର୍ଯ୍ୟ ଅଭିଜ୍ଞତା ହାସଲ କରିଥିବେ । ଡେପୁଟି ମ୍ୟାନେଜର (ଏଚଆରଡି) ପାଇଁ ପ୍ରାର୍ଥୀ ଡିଗ୍ରୀ ସହିତ ପର୍ସୋନେଲ ମ୍ୟାନେଜମେଣ୍ଟ / ଏଚଆରଡି / ଏଚଆରଏମରେ ପିଜି ଡିପ୍ଲୋମା କରିଥିବେ । ସେହିପରି ପ୍ରାର୍ଥୀଙ୍କୁ ଡେପୁଟି ମ୍ୟାନେଜର (ଜିଓଲୋଜି), ଡେପୁଟି ମ୍ୟାନେଜର (ସର୍ଭେ), ଡେପୁଟି ମ୍ୟାନେଜର (କୋଲ ମାଇନିଂ), ଡେପୁଟି ମ୍ୟାନେଜର (ମ୍ୟାଟେରିଆଲସ) ପଦରେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://mudira.nalcoindia.co.in/Account/LoginRecruitment.aspx

ବିଜ୍ଞପ୍ତି ଲିଙ୍କ: https://mudira.nalcoindia.co.in/iorms/UploadData/Advertisement/638409074417982383_V0%20%2039%20posts%20Advt%20Jan24.pdf

Get real time updates directly on you device, subscribe now.