fbpx

ଫୁସଫୁସ କର୍କଟର ଏହି ଲକ୍ଷଣଗୁଡ଼ିକ ଆଙ୍ଗୁଠି ଏବଂ ନଖରେ ଦେଖାଯାଏ, ଏପରି କରନ୍ତୁ ନିଜର ‘ଫିଙ୍ଗର ଟେଷ୍ଟ’

ଏରୀରରେ ବିକଶିତ ହେଉଥିବା ପ୍ରତ୍ୟେକ ରୋଗ କିଛି ନା କିଛି ସଙ୍କେତ ଦେଖାଇଥାଏ । ଅବଶ୍ୟ ଏହି ସଙ୍କେତିଗୁଡ଼ିକ ଏତେ ସାମାନ୍ୟ ହୋଇଥାଏ କି, ଏହାକୁ ଆମେମାନେ ଛୋଟ ସମସ୍ୟା ଭାବରେ ନେଇ ଅଣଦେଖା କରିଥାଉ । ଅବହେଳା ହେତୁ ଏହି ରୋଗ ଶରୀରରେ ବିସ୍ତାର ହେବାରେ ସୁଯୋଗ ପାଇଥାଏ । କ୍ୟାନ୍ସର ମଧ୍ୟ ଗୁରୁତର ଏବଂ ବିପଜ୍ଜନକ ରୋଗ ମଧ୍ୟରୁ ଗୋଟିଏ । ପ୍ରାୟ ସମସ୍ତ ପ୍ରକାରର କ୍ୟାନ୍ସର ସାଂଘାତିକ ବୋଲି ବିବେଚନା କରାଯାଏ । ଯଦି ଆପଣ ଆରମ୍ଭରୁ ଶରୀରରେ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ବିଷୟରେ ଅବଗତ ହୁଅନ୍ତେ, ତେବେ ସବୁଠାରୁ ଗୁରୁତର ରୋଗ ମଧ୍ୟ ଧୂଳିସାତ୍ ହୋଇପାରେ ।

ଆପଣ ନିଶ୍ଚୟ ଜାଣିଥିବେ ଯେ ସବୁଠାରୁ ବିପଜ୍ଜନକ କ୍ୟାନ୍ସର ହେଉଛି ‘ଫୁସଫୁସ କର୍କଟ’ ବା ଲଙ୍ଗ କ୍ୟାନ୍ସର । ଆଜିକାଲି ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଅନ୍ୟାନ୍ୟ ରୋଗ ପରି ଲଙ୍ଗ କ୍ୟାନ୍ସରର ଅନେକ ଲକ୍ଷଣ ମଧ୍ୟ ଶରୀରରେ ଦୃଶ୍ୟମାନ ହୁଏ, ଯାହା ଦ୍ୱାରା ଆପଣ ଠିକ୍ ସମୟରେ ଚିକିତ୍ସା କରି ଏହି ରୋଗରୁ ମୁକ୍ତି ପାଇପାରିବେ । ଲଙ୍ଗ କ୍ୟାନ୍ସର ହେଉଛି ସବୁଠାରୁ ଦ୍ରୁତତମ ବିସ୍ତାରିତ କ୍ୟାନ୍ସର । ଏହି ରୋଗର ଲକ୍ଷଣ ସାଧାରଣତଃ ସେତେବେଳେ ଦେଖାଯାଏ, ଯେତେବେଳେ କ୍ୟାନ୍ସର ସେଲ୍ସଗୁଡ଼ିକ ସମ୍ପୂର୍ଣ୍ଣ ଶରୀରରେ ବ୍ୟାପଯାଇଥାଏ ।

ଏହି ଲକ୍ଷଣଗୁଡ଼ିକ ଆଙ୍ଗୁଠିରେ ମଧ୍ୟ ଦେଖାଯାଏ :-
ଲଙ୍ଗ କ୍ୟାନ୍ସରର କିଛି ଲକ୍ଷଣ ଆଙ୍ଗୁଠିରେ ମଧ୍ୟ ଦେଖାଯାଏ । ଆପଣ ନଖକୁ ଏକାଠି ଦବାଇବାବେଳେ ହୀରା ପରି ଆଲୋକ ଦେଖୁଛ କି? ଯଦି ଆପଣ ଏହି ଗ୍ୟାପକୁ ଦେଖିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କ ଆଙ୍ଗୁଠିକୁ ଏକାଠି କ୍ଲବ୍ କରିପାରେ, ଯେଉଁ କାରଣରୁ ଆଙ୍ଗୁଠିର ଶେଷରେ ଫୁଲା ରହିପାରେ । ନଖଗୁଡିକ ସାଧାରଣ ଅପେକ୍ଷା ଅଧିକ ବୁଲିବା ଆରମ୍ଭ କରେ । ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ଏହି ଲକ୍ଷଣଗୁଡିକ ପର୍ଯ୍ୟାୟରେ ଦେଖାଯାଏ । କେବଳ ଏତିକି ନୁହେଁ, ଶେଷରେ ଆଙ୍ଗୁଠିର ସଫ୍ଟ ଟିସୁରେ ଲିକ୍ୱିଡ୍ ଜମା ହେତୁ ଆଙ୍ଗୁଠିଗୁଡ଼ିକ ବଡ଼ ହୋଇ ଫୁଲି ଯାଇପାରେ ।

ଏହି ଲକ୍ଷଣଗୁଡ଼ିକ ପାଇଁ ସତର୍କ ରୁହନ୍ତୁ :-
ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଫୁସଫୁସ କର୍କଟ ରୋଗର ଲକ୍ଷଣ ଭିନ୍ନ ଭିନ୍ନ ଦେଖାଯାଏ । କିଛି ଲୋକଙ୍କଠାରେ ଅନେକ ଲକ୍ଷଣ ଦେଖାଯାଏ ତ’ ଆଉ କିଛି ଲୋକଙ୍କଠାରେ ଗୋଟିଏ ବି ଲକ୍ଷଣ ଦେଖାଯାଏ ନାହିଁ । ଏଠାରେ ଆମେ ଫୁସଫୁସ କର୍କଟ ରୋଗର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଚିହ୍ନଟ କରି ଆପଣ ଠିକ୍ ସମୟରେ ଚିକିତ୍ସା କରି ଆରୋଗ୍ୟ ହୋଇପାରିବେ: –

୧. ଲଗାତାର କାଶ, ଯାହା ୩ ସପ୍ତାହ କିମ୍ବା ଅଧିକ ସମୟ ଧରି ରହିଥାଏ ।
୨. ନିଶ୍ୱାସ ପ୍ରଶ୍ୱାସ ଫୁଲିବା ।
୩. ବିଚଳିତ ଅନୁଭବ କରିବା ।
୪. ବାରମ୍ବାର ଛାତିରେ ସଂକ୍ରମଣ ହେବା ।
୫. କାଶର ଗମ୍ଭୀର ରୂପ ।
୬. ଛାତି ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ କରିବା ।
୭. ରକ୍ତ କାଶ ।
୮. କଫର କାଶ ।
୯. ଅନାବଶ୍ୟକ ଥକ୍କାପଣ ।
୧୦. ଶକ୍ତିର ଅଭାବ ।
୧୧. ମୁହଁ କିମ୍ବା ବେକରେ ଫୁଲା ।

ଶରୀରରେ ଏହି ଲକ୍ଷଣଗୁଡିକର ଦେଖାଯିବା ଅର୍ଥ ନୁହେଁ ଯେ ଆପଣଙ୍କୁ ଫୁସଫୁସ କର୍କଟ ହୋଇଛି । ଅନ୍ୟ କେତେକ କାରଣରୁ ଏହି ସମସ୍ୟା ମଧ୍ୟ ଉପୁଜିପାରେ । ତଥାପି ଲକ୍ଷଣଗୁଡିକ ପ୍ରତି ସତର୍କ ରହିବା ଦ୍ୱାରା ଆପଣ ରୋଗ ଶୀଘ୍ର ଚିହ୍ନଟ କରିପାରନ୍ତି ଏବଂ ଠିକ୍ ସମୟରେ ଚିକିତ୍ସା କରିବାରେ ସାହାଯ୍ୟ ମିଳିବ ।

Get real time updates directly on you device, subscribe now.