fbpx

ପ୍ରଭୁ ଶ୍ରୀରାମଙ୍କୁ ଉପହାର ଦେବେ ମା’ ଶବରୀଙ୍କ ବଂଶଜ: ପ୍ରାଣ ପ୍ରତିଷ୍ଠା ଉତ୍ସବରେ ହେବ ପୁନର୍ମିଳନ

ଓଡ଼ିଶା ଭାସ୍କର: ପୁରାଣ ଶାସ୍ତ୍ର ଅନୁସାରେ, ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ମାତା ସୀତା ଏବଂ କନିଷ୍ଠ ଲକ୍ଷ୍ମଣଙ୍କୁ ସାଥିରେ ଧରି ବନବାସ ଯାତ୍ରା କରିଥିଲେ । ଏହି ବନବାସ ସମୟରେ ମାତା ଶବରୀଙ୍କ ସହ ପୁରୁଷୋତ୍ତମଙ୍କର ମହାମଳିନ ହୋଇଥିଲା । ମା’ ଶବରୀ ଚାଖି ଚାଖି ପ୍ରଭୁଙ୍କ ପାଇଁ ମିଠା କୋଳି ରଖିଥିଲେ, ଆଉ ଏହି କୋଳି ଭଗବାନ ଶ୍ରୀରାମଚନ୍ଦ୍ରଙ୍କୁ ଖୁବ ପସନ୍ଦ ଆସିଥିଲା । ବର୍ତ୍ତମାନ କଳିଯୁଗରେ ପୁଣିଥରେ ସେହି ଭକ୍ତ ଭଗବାନଙ୍କ ମହାମିଳନ ହେବାକୁ ଯାଉଛି । ଅଯୋଧ୍ୟା ରାମ ମନ୍ଦିରରେ ହେବାକୁ ଥିବା ପ୍ରାଣପ୍ରତିଷ୍ଠା ଉତ୍ସବ ସମାରୋହରେ ଏକାଠି ହେବେ ପ୍ରଭୁ ଶ୍ରୀରାମ ଏବଂ ମାତା ଶବରୀଙ୍କ ବଂଶଜ । ଏହି ଅବସରରେ ରାମଲଲାଙ୍କ ପାଇଁ ମାତା ଶବରୀଙ୍କ ବିଶେଷ ଉପହାର ମଧ୍ୟ ଆଣିଛନ୍ତି ।

ତ୍ରେତୟା ଯୁଗରେ ବନଚାରୀ ରୂପରେ ପ୍ରଭୁ ଶ୍ରୀରାମ ଓ ଭ୍ରାତା ଲକ୍ଷ୍ମଣଙ୍କ ସହ ମାତା ଶବରୀଙ୍କର ମହାମଳିନ ହୋଇଥିଲା । ବର୍ଷ ବର୍ଷର ତପସ୍ୟା ପରେ ଶବରୀଙ୍କ କୁଟୀରରେ ପଡ଼ିଥିଲା ଭଗବାନଙ୍କ ଦିବ୍ୟଚରଣ । ପୁରାଣର ଏହି ଐତିହାସିକ ମିଳନକୁ ମନେ ପକାଇ ପ୍ରଭୁ ରାମଲଲାଙ୍କ ପାଇଁ ବିଶେଷ ଉପହାର ଧରି ଆସିଛନ୍ତି ମାତା ଶବରୀଙ୍କ ବଂଶଜ ସଞ୍ଜୟ ଗାବିତ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କ ପ୍ରିୟର କୋଳି ସହିତ ଧନୁ ଏବଂ ବାଣ ସହ ସେ ଅଯୋଧ୍ୟା ଆସୁଛନ୍ତି । ରାମାୟଣରେ ଦଣ୍ଡକାରଣ୍ୟ ନାମରେ ପରିଚିତ ଗୁଜୁରାଟର ଡାଙ୍ଗ ଜିଲ୍ଲା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହୋଇ ରହିବ । ବନବାସରେ ମାତା ସୀତାଙ୍କ ସନ୍ଧାନରେ ଥିବା ବେଳେ ଭଗବାନ ଶ୍ରୀରାମ ଏବଂ ଭ୍ରାତା ଲକ୍ଷ୍ମଣଙ୍କୁ ମାତା ଶବରୀ ସୁବୀର ନିକଟସ୍ଥ ଚମକା ଡୁଙ୍ଗର ନାମକ ଏକ ସ୍ଥାନରେ ମିଠା କୋଳି ଖୁଆଇଥିଲେ । ତେଣୁ ଏହି ସ୍ଥାନ ଉପରେ ଭକ୍ତମାନଙ୍କର ଦୃଢ ବିଶ୍ୱାସ ରହିଛି ।

ତେବେ ବର୍ତ୍ତମାନ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟମନ୍ଦିରରେ ଶ୍ରୀରାମ ବିରାଜମାନ ଶୁଭ ଅବସରରେ ମାତା ଶବରୀଙ୍କ ବଂଶଜ ସଞ୍ଜୟ ଗାବିତ ଅଯୋଧ୍ୟାରେ ପହଞ୍ଚିବେ । ଏହାସହିତ ଏଠାରେ ସଞ୍ଜୟ ରାମଲଲାଙ୍କୁ କୋଳି ସହିତ, ଧନୁ ଏବଂ ବାଣ ଅର୍ପଣ କରିବେ । ଏହାସହିତ ଅଯୋଧ୍ୟାରେ ହେବାକୁ ଥିବା ୯ ଦିନର ୧୦୦୮ କଣ୍ଡୀୟ ଯଜ୍ଞରେ ମଧ୍ୟ ସେ ସାମିଲ ରହିବେ । ତ୍ରେତୟା ଯୁଗରେ ସ୍ୱୟଂ ପ୍ରଭୁଙ୍କ ସହ ମିଳିନ ପରେ କଳିଯୁଗରେ ମଧ୍ୟ ଭଗବାନଙ୍କ ସହ ଏପରି ମିଳନକୁ ଅପେକ୍ଷା କରି ରହିଛନ୍ତି ମାତା ଶବରୀଙ୍କ ବଂଶଜ ।

Get real time updates directly on you device, subscribe now.