fbpx

ମା’ଙ୍କ ଶବ ସହ ୬ ମାସ ବିତାଇଲେ ମହିଳା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାଧାରଣତଃ କାହାର ମୃତ୍ୟୁ ହେଲେ ଶବର ଅନ୍ତିମ ସଂସ୍କାର କରାଯାଇଥାଏ । ବିଭିନ୍ନ ଧର୍ମରେ ମାନ୍ୟତା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥାଏ । ହେଲେ କେବେ ମୃତ୍ୟୁ ଶବକୁ ଘରେ ରଖିବା ଏମିତିକି ଶବ ସହ ମାସ ମାସ ବିତାଇବା କଥା ଶୁଣିଛନ୍ତି କି? ଆମେରିକାରେ ଜଣେ ମହିଳା ଏମିତି କରିଛନ୍ତି, ମହିଳା ନିଜ ମା’ଙ୍କ ଶବ ସହ ବିତାଇଛନ୍ତି ୬ ମାସ ।

‘ଡେଲି ଷ୍ଟାର’ ର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ଜଣେ ମହିଳା କିମ୍ବର୍ଲି ହେଲର ନିଜ ମା’ଙ୍କ ମୃତ୍ୟୁ ପରେ ଶବର ଅନ୍ତିମ ସଂସ୍କାର କରିବା ବଦଳରେ ଶବକୁ ମାସ ମସ ଧରି ଘରେ ରଖିଥିଲେ, ଫଳରେ ତାଙ୍କ ମା’ଙ୍କ ସହ ଜଡ଼ିତ ଫାଇଦା ମିଳିପାରିବ ।

ହେଲର ନିଜ ବୃଦ୍ଧା ମା’ଙ୍କ ପେନ୍ସନ, ବୀମା ଅର୍ଥ ଏବଂ ସରକାରୀ ସୁବିଧାର ଲାଭ ଉଠାଇବାକୁ ଚାହୁଥିଲେ । ଏଥିପାଇଁ ସେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ଶବକୁ ଘରେ ରଖିଥିଲେ ଯେମିତି ସମସ୍ତଙ୍କୁ ଲାଗିବ ତାଙ୍କ ମା’ ଜୀବିତ ଅଛନ୍ତି । ପ୍ରାୟ ୬ ମାସ ପର୍ଯ୍ୟନ୍ତ ସେ ତାଙ୍କ ମା’ଙ୍କ ଶବକୁ ଏମିତି ରଖିଥିଲେ, ଏହା ମଧ୍ୟରେ ଶବ ସଂପୂର୍ଣ୍ଣ ସଢ଼ିଯାଇଥିଲା ।

ପୋଲିସର କହିବା ଅନୁଯାୟୀ, ହେଲରଙ୍କ ମା’ଙ୍କ ମୃତ୍ୟୁ ମେ ମାସରେ ହୋଇଥିଲା । ୧୮ ନଭେମ୍ବରରେ ହେଲରଙ୍କୁ ଗିରଫ କରାଯାଇଥିଲା । ପୋଲିସ କହିଛି ଯେ ଯେତେବେଳେ ପଡ଼ୋଶୀ ହେଲରଙ୍କ ମା’ଙ୍କୁ ମାସ ମାସ ଧରି ନଦେଖିଥିଲେ ସେମାନଙ୍କର ସନ୍ଦେହ ହୋଇଥିôଲା ଏବଂ ସେମାନେ ପୋଲିସକୁ ଖବର ଦେଇଥିଲେ ପୋଲିସ ଜବରଦସ୍ତି ତାଙ୍କ ଘରେ ପଶିଥିଲେ ଏବଂ ସବୁ ଘଟଣାର ସତ୍ୟତା ଜାଣିବାକୁ ପାଇଥିଲେ । ପୋଲିସ ହେଲରଙ୍କୁ ହେପାଜତକୁ ନେଇ ଯାଞ୍ଚ କରୁଛି ।

Get real time updates directly on you device, subscribe now.