fbpx

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚିଠି । ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ସମ୍ପର୍କରେ ସେ ନବୀନଙ୍କୁ ଚିଠି ଲେଖିଥିବା ଜଣାପଡିଛି । ନିରଞ୍ଜନଙ୍କ ମତରେ, ‘ଭୁଲ କୃଷି ନୀତି ଯୋଗୁଁ ଭାଗଚାଷୀ ଚିହ୍ନଟ ହୋଇଛନ୍ତି । ଫଳରେ ପ୍ରକୃତ ଚାଷୀ ସୁଫଳ ପାଉନି । କ୍ଷୟକ୍ଷତି ଆକଳନ ନେଇ ଜଟିଳ ନିୟମ ଥିବାରୁ ଫସଲ ବୀମା ପାଇଁ ଆଗ୍ରହ ନାହିଁ । ବାରମ୍ବାର ବନ୍ୟା-ବାତ୍ୟା ସତ୍ୱେ ରିଲିଫ୍ କୋଡରେ ଆବଶ୍ୟକ ବ୍ୟବସ୍ଥା ହେଉନି ।’ କ୍ଷୟକ୍ଷତି ଆକଳନ ବେଳେ ଦଳୀୟ ମନୋବୃତ୍ତି ବିଡ଼ମ୍ବନା ବୋଲି କହିଛନ୍ତି ନିରଞ୍ଜନ ।

Get real time updates directly on you device, subscribe now.