fbpx

ସରକାରୀ ଅଫିସରେ ବନ୍ଧୁକ ଧରି ପୋଜ୍ ଦେଲେ TMC ନେତ୍ରୀ, ଆଉ ତା’ପରେ…

କୋଲକାତା: ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ଟିଏମସି ନେତ୍ରୀ ମୃଣାଳିନୀ ମୌତି ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତିି । ହାତରେ ବନ୍ଧୁକ ଧରି ଏକ ସରକାରୀ କାର୍ଯ୍ୟାଳୟରେ ଫଟୋ ଉଠାଇବାରେ ପରେ ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ସହ ନେତ୍ରୀ ଜଣକ ଏବେ ବିବାଦ ଘେରକୁ ଆସିଛନ୍ତି । ମାଲଦା କଂଗ୍ରେସ ଓ ପଞ୍ଚାୟତ ସଭାପତି ମୃଣାଳିନୀଙ୍କ ଫଟୋକୁ ଶେୟାର କରି ବିଜେପି କହିଛି ଯେ, ଟିଏମସି ରାଜ୍ୟକୁ ବିସ୍ଫୋରକ ସାମଗ୍ରୀର ଗୋଦାମରେ ପରିଣତ କରିଛି ।

ଟିଏମସିକୁ ଟାେର୍ଗେଟ କରି ବିଜେପି ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମଣ୍ଡଳ ଅଭିଯୋଗ କରିଛନ୍ତି ଯେ, ‘ପୋଲିସ ଖୋଜିଲେ ତାଙ୍କ ପାଖରୁ ବୋମା ଓ ରାଇଫଲ ବି ମିଳିବ । ଏହା ହେଉଛି ଟିଏମସିର ସଂସ୍କୃତି । ଚାକିରି ହରାଇବା ଭୟରେ ପୋଲିସ କିଛି କରୁନାହିଁ ।’

ଅନ୍ୟପଟେ ଟିଏମସିର ଜିଲ୍ଲା ଅଧ୍ୟକ୍ଷ ନାରାୟଣ ଚୌଧୁରୀ କହିଛନ୍ତି ଯେ, ‘ସରକାରୀ କାର୍ଯ୍ୟାଳୟରେ ଅସ୍ତ୍ରଶସ୍ତ୍ର ରଖିବା ଉଚିତ୍ ନୁହେଁ । ବନ୍ଧୁକ ଅସଲି ବି ନକଲି, ସେନେଇ ପୋଲିସ ଯାଞ୍ଚ କରିବ । ଆଇନ ତା ବାଟରେ ଯିବ । ପୋଲିସ ଘଟଣାର ତଦନ୍ତ କରିବା ପରେ ପଦକ୍ଷେପ ନିଆଯିବ ।’

Get real time updates directly on you device, subscribe now.