fbpx

ହାତରେ ଖଣ୍ଡା ଧରି ନାଚିଲେ ବିଧାୟକ ସୁର ରାଉତରାୟ: ଦେଖନ୍ତୁ ମଜାଦାର ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଟଣୀ ବିଧାୟକ ସୁର ରାଉତରାୟ ନିଜର ମଜାଳିଆ ଅନ୍ଦାଜ ପାଇଁ ବେଶ ପରିଚିତ । ଏପରିକି ଘଟଣା ଯେତେ କଷ୍ଟସାଧ୍ୟ ଥାଉ ନାଁ କାହିଁକି ସୁରଙ୍କ ମଜାଳିଆ ମତାମତରେ ମାହୋଲ ହାଲୁକା ହୋଇଯାଏ । ନିକଟରେ ଜଟଣୀ ବିଧାୟକଙ୍କ ଖଣ୍ଡାଧରା ନୃତ୍ୟ ବେଶ ଭାଇରାଲ ହୋଇଛି । ସାଧାରଣ ଲୋକଙ୍କ ପ୍ରିୟ ସୁର ଅଜା ଏକ ଖଣ୍ଡା ଧରି ଶୋଭାଯାତ୍ରାରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସଂଗ୍ରାମର ମାନ୍ୟତା ଦାବିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଣ୍ଡରେ ପଗଡି ଭିଡି ପହଞ୍ଚି ଯାଇଥିଲେ ସୁର ଅଜା । ଏପରିକି କୋରିଅନ୍ ଗୀତ ଗଙ୍ଗନମ ଷ୍ଟାଇଲ ତାଳରେ ନାଚିଥିଲେ ସୁର ରାଉତରାୟ । ଖଣ୍ଡା ଧରି ସୁରଭାଇ ଆଗକୁ ମାଡି ଚାଲିଥିବା ବେଳେ ଦେଖନ୍ତୁ ଏହି ମଜାଦାର ଭିଡିଓ….

Get real time updates directly on you device, subscribe now.