fbpx

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ ବିଭାଗ ଏବଂ ସମଗ୍ଦ ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଆଲୋଚନାଚକ୍ର

ଭୁବନେଶ୍ୱର,୭/୧୨: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତେକାତ୍ତର ଆଇନ୍ ବିଭାଗ ଓ ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରଟାରୀ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଏକ ସେମିନାର ଅୟୋଜିତ ହୋଇଯାଇଛି। ଏହି ସେମିନାରେର ଅତିଥି ଭାବେ ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ଅଧ୍ୟକ୍ଷ୍ ରାଜେନ୍ଦ୍ର କୁମାର କର, ସଚିବ ଏ.କେ ମାଝୀ, ଉପାଧ୍ୟକ୍ଷ ଜ୍ୟୋତିର୍ମୟ ମିଶ୍ର, ସ୍ନାତେକାତ୍ତର ଆଇନ୍ ବିଭାଗ ମୁଖ୍ୟ ଡ. ମନୋଜ କୁମାର ସାଡ଼ୁଆଳ, ଅସିଷ୍ଟାଣ୍ଟ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ, ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ ମଞ୍ଚାସୀନ ହୋଇଥିଲେ।

ସ୍ନାତକୋତ୍ତର ଆଇନ୍ ବିଭାଗ ସେମିନାର କକ୍ଷରେ ଆୟୋଜିତ ଏହି ସେମିନାର ଆରମ୍ଭରେ ବିଭାଗର ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡ. ମନୋଜ କୁମାର ସାଡ଼ୁଆଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ କମ୍ପାନିଜ୍ ଆକ୍ଟ ୨୦୧୩, କମ୍ପାନୀ ସେକ୍ରଟାରୀର ଭବିଷ୍ୟତ ଓ ତାହାର ବିଭିନ୍ନ ଦିଗ ବିଷୟେର ଆଲୋକପାତ କରିଥିଲେ । ପରେ ପରେ ଅନୁଷ୍ଠାନର ଆସିଷ୍ଟାଣ୍ଟ୍ ପ୍ରଫେସର ଡ. ଜ୍ଞାନେନ୍ଦ୍ର କୁମାର ସାହୁ ସାବଲୀଳ ଭାବେ ନିଜସ୍ୱ ଢଙ୍ଗରେ କମ୍ପାନିଜ୍ ଆକ୍ଟ ୨୦୧୩କୁ ବୁଝାଇଥିଲେ। ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରଟାରୀ ଅଫ୍ ଇଣ୍ଡିଆ(ଭୁବନେଶ୍ୱର)ର ଭାଇସ ଚେୟାରମ୍ୟାନ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ମିଶ୍ର ଅଭିଭାଷଣ ଦେବା ସମୟରେ କମ୍ପାନିଜ୍ ଆକ୍ଟ ୨୦୧୩ର ଆବଶ୍ୟକତା ତଥା ଜଣେ କମ୍ପାନୀ ସେକ୍ରଟାରୀ ଭାବରେ ଆଇନ୍ ଛାତ୍ରଛାତ୍ରୀମାନେ କେଉଁ ଭଳି ଭାବରେ ନିଜକୁ ଛାତ୍ର ସମୟରୁ ପ୍ରସ୍ତୁତ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ।

ଅନ୍ୟତମ ଅତିଥି ଭାବେ ଶ୍ରୀଯୁକ୍ତ ଆର୍‌କେ କର ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ମାଧ୍ୟମରେ କିଭଳି ନିଜର ଭବିଷ୍ୟତକୁ ଗଢ଼ି ପାରେିବ ସେ ବିଷୟରେ ଆଲୋକପାତ କରିଥିଲେ। ସେମିନାରର ଅନ୍ୟତମ ଆକଷର୍ଣ ଶ୍ରୀଯୁକ୍ତ ଏ.କେ ମାଝୀ ତାଙ୍କ ବିସ୍ତୃତ ବିବରଣୀ ମାଧ୍ୟମରେ ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରଟାରୀ ଅଫ୍ ଇଣ୍ଡିଆର ଦାୟିତ୍ୱ ଓ ଆବଶ୍ୟକତା ଏବଂ ଏହା କିଭଳି ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଥାଏ ସେ ବିଷୟରେ ବଣ୍ଣର୍ନା କରିଥିଲେ ।

ଏହି ସେମିନାରରେ ଆଇନ୍ ଗବେଷକ ଗିରୀଶ ରଞ୍ଜନ ସାହୁ, ସ୍ୱପ୍ନା ବିଜୟିନୀ, ବିଭୂପ୍ରସାଦ ମହାପାତ୍ର ଓ ୟୁନିଭରସିଟି ଲ’ କଲେଜର ଛାତ୍ରଛାତ୍ରୀ ତଥା ବିଭନ୍ନ ଆଇନ୍ କଲେଜର ଛାତ୍ରଛାତ୍ରୀମୋନ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭାଗର ଅଧ୍ୟାପିକା ଡ. ଝରାଶ୍ରୀ ପାଇକରାୟ ଧନ୍ୟବାଦ ଅପର୍ଣ କରିଥିଲେ। ଛାତ୍ରୀ ଐଶ୍ୱର୍ୟ୍ୟା ମହାପାତ୍ର ଓ ଛାତ୍ର ଦେବାଶିଷ ଦାଶ, ରୋହିତ ଶର୍ମା ସେମିନାର କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Get real time updates directly on you device, subscribe now.