fbpx
BSKY
BJD MS SKY
BJD YOUTH SKY

ପୁଣି ବିବାଦରେ JNU: ପୁନର୍ବାର ବ୍ରାବି ମସଜିଦ ନିର୍ମାଣ ଦାବି ଉଠିଲା, ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା

ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରରେ ଜବାହର ଲାଲ ନେହେରୁ ୟୁନିର୍ଭସିଟି(ଜେଏନୟୁ)। ଜେଏନୟୁ ଛାତ୍ର ସଂଘ ପକ୍ଷରୁ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପୁଣ୍ୟତିଥି ଏବଂ ବାବ୍ରି ମସଜିଦ ବିଧ୍ଵଂସର ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିବାଦୀୟ ନାରାବାଜିର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପୁନର୍ବାର ବାବ୍ରି ମସଜିଦ ନିର୍ମାଣ କରାଯାଉ ବୋବି ଦାବି କରାଯାଇଛି। ଏହା ପରଠୁ ବିବାଦ ଆରମ୍ଭ ହୋଇ ଯାଇଛି। ଜେଏନୟୁ ଛାତ୍ର ସଂଘର ଉପାଧ୍ୟକ୍ଷ ସାକେତ ମୁନ ଏହି ନାରାବାଜିକୁ ସଠିକ୍ ଦର୍ଶାଇଛନ୍ତି। ଏହି ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ମୁନ ଭିଡିଓରେ ଆଲୋଚନା ବେଳେ ଏହି ନାରାରେ କିଛି ଭୁଲ୍ ନଥିବା ସେ କହିଛନ୍ତି।
ସୋମବାର ଜେଏନୟୁରେ ଆୟୋଜିତ କାର୍ଯ୍ୟକ୍ରମରେ ସାକେତ ମୁନ କହିଛନ୍ତି, ଯଦି ସୁପ୍ରିମକୋର୍ଟ କହିଥିଲେ ବାବ୍ରି ମସଜିଦ ଭାଙ୍ଗିବା ଭୁଲ୍ ଅଟେ, ତେବେ ସେହି ସ୍ଥାନରେ କେମିତି ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ଦେଲେ। ତେଣୁ କୋର୍ଟଙ୍କ ଏହି ନିଷ୍ପତ୍ତି ଭୁଲ୍ ଅଟେ। ଏହି ମାମଲାରେ ନ୍ୟାୟ ମିଳିବା ଉଚିତ୍। ବାବ୍ରି ମସଜିଦ ଭାଙ୍ଗିଥିବା ଲୋକଙ୍କୁ ସଜା ମିଳୁ ଏବଂ ପୁଣି ସେହି ସ୍ଥାନରେ ବାବ୍ରି ମସଜିଦ ନିର୍ମାଣ ହେଉ।
ମୁନ ଏହା ମଧ୍ୟ କହିଛନ୍ତି, ଆମେ ହାସିମପୁରା, ଦାଦରି ଓ ବାବ୍ରିର ନାରା ଦେଇଥିଲୁ। ଯେଉଁଭଳି ହାସିମପୁରା ଏବଂ ଦାଦ୍ରି ଅନ୍ୟାୟର ପ୍ରତୀକ। ଠିକ୍ ସେହି ପରି ବାବ୍ରି ଢାଞ୍ଚା ବିଧ୍ଵଂସକ ମଧ୍ୟ ଅନ୍ୟାୟ ଅଟେ। ତେଣୁ ପୁନର୍ବାର ବାବ୍ରି ମସଜିଦ ନିର୍ମାଣ କରାଯାଉ। କିନ୍ତୁ ତାଙ୍କର ଏହି ବୟାନରୁ ନିଜକୁ ଦୂରେଇ ରଖିଛି ଜେଏନୟୁ ଛାତ୍ର ସଂଘ। ଛାତ୍ର ସଂଘର ସାଧାରଣ ସଂପାଦକ ସତୀଶ ଚନ୍ଦ୍ର ଯାଦବ କହିଛନ୍ତି, ଜେଏନୟୁ ଛାତ୍ର ସଂଘ ଏମିତି ଦାବି ଉଠାଇ ନାହିଁ।

Get real time updates directly on you device, subscribe now.