fbpx

ଆତଙ୍କ ମଚାଇଛି ପାଗଳା କୁକୁର: କାମୁଡାରେ ୧୫ ଆହତ,୮ ଗୁରୁତର[video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆତଙ୍କ ମଚାଇଛି ପାଗଳା କୁକୁର । କୁକୁର ସାମ୍ନାକୁ ଯିଏବି ଆସୁଛି ତ୍ରାହି ନାହିଁ । କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣାଗଡରେ ଏମିତି ଏକ ଘଟଣା ଘଟିଛି । ଏକ ପାଗଳା କୁକୁର କାମୁଡାରେ ଡଜନେରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି ।

ତୁରୁମୁଙ୍ଗା ବଜାର ନିକଟରେ ଏହି କୁକୁରଟି ନିଜର ଆତଙ୍କ ମଚାଇଛି । କୁକୁର କାମୁଡାରେ ୮ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଥିବା ବ୍ୟକ୍ତିଙ୍କୁ ପ୍ରଥମେ ତୁରୁମୁଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦୁଝର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.