fbpx

ପଞ୍ଚାୟତ ନିର୍ବାଚନ ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ଜାଗରେ ଚଢ଼ଉ, ବିପୁଳ ପରିପାଣର ଦେଶୀ- ବିଦେଶୀ ମଦ ଜବତ, ୪ ଗିରଫ

ଭଣ୍ଡାରିପୋଖରୀ (ଭାସ୍କର ନ୍ୟୁଜ୍‌): ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପକ୍ଷରୁ ଭଣ୍ଡାରିପୋଖରୀ ଥାନାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ବିଶୋଳ ଗ୍ରାମର ସୁରେନ୍ଦ୍ର ସ୍ୱାଇଁ, କଞ୍ଚାପଡା ଗ୍ରାମର ରମେଶ ଘୋଷ, ତୋଟାସାହି ଗ୍ରାମର ପବିତ୍ର ଜେନା ଓ ମଞ୍ଜୁରୀରୋଡ ଅଞ୍ଚଳର ଅଜୟ ବିଶ୍ୱାଳଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୭.୧୦୦ଲିଟର ବିଦେଶୀ ଓ ୫୫ଲିଟର ଦେଶୀ ମଦ ଜବତ କରାଯାଇଛି । ଜବତ ମଦର ମୂଲ୍ୟ ପ୍ରାୟ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏଥିନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୪ଟି ପୃଥକ ପୃଥକ ମାମଲା ଋଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନୀରିକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଥାନା ଅବକାରୀ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଡା, ସନ୍ଧ୍ୟାରାଣୀ ସେନାପତି ପ୍ରମୁଖ ଚଢାଉ କରିଥିଲେ ।

Get real time updates directly on you device, subscribe now.