fbpx
BJD
BJD SKY
BJD SKY

(Video)’ଜିସକା ମୁଝେ ଥା ଇନ୍ତେଜାର, ଜୀସକେ ଲିୟେ ଦିଲ ଥା…’: ବିଜେପି ବିଧାୟକଙ୍କର ଏଭଳି ରୋମାଣ୍ଟିକ ଅନ୍ଦାଜ ଦେଖି ଅବାକ ଦର୍ଶକ

BJD

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ନିର୍ବାଚନ ଶେଷ ହୋଇ ସରକାର ଗଠନ ମଧ୍ୟ ହୋଇସାରିଛି । ବିଜେପି ଏଠାରେ ବହୁମତରେ ବିଜୟ ଲାଭ କରିଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କ୍ୟାବିନେଟ ଗଠନ ମଧ୍ୟ କରିସାରିଛନ୍ତି । ଏହା ମଧ୍ୟରେ ବିଜେପି ବିଧାୟକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବିଧାୟକ ଜଣଙ୍କ ‘ଡନ’ ଫିଲ୍ମର ଲତା ମଙ୍ଗେସକର ଏବଂ କିଶୋର କୁମାରଙ୍କର ‘ଜିସକା ମୁଝେ ଥା ଇନ୍ତେଜାର, ଜିସକେ ଲିୟେ ଦିଲ ଥା ବେକରାର’ ଗୀତ ଗାଉଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ବିଧାୟକ ଜଣଙ୍କ ହେଲେ ରୀବା ଜିଲ୍ଲାର ମନଗୱାଁ ବିଧାନସଭା ଆସନରୁ ନବନିର୍ବାଚିତ ବିଜେପି ବିଧାୟକ ନରେନ୍ଦ୍ର ପ୍ରଜାପତି । ତେବେ ସେ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ସେହି ସମୟରେ ଅନେକ ଅନୁରୋଧ କ୍ରମେ ସେ ଏହି ଗୀତ ଗାଇଥିଲେ । ତାଙ୍କର ଗୀତ ଶେଷ ହେବା ପରେ ସମସ୍ତେ ତାଳିମାରି ତାଙ୍କ ସ୍ୱରକୁ ବେଶ ପ୍ରଶଂସା କରିଥିଲେ ।

ସୂଚନାଯୋଗ୍ୟ, ନରେନ୍ଦ୍ର ପ୍ରଜାପତିଙ୍କୁ ବିଜେପି ପ୍ରାର୍ଥୀ ଭାବରେ ମନଗୱାଁ ବିଧାନସଭା ଆସନରୁ ଳଚିତ ବର୍ଷ ନିର୍ବାଚନ ଳଢ଼ିଥିଲେ । ତେବେ ପେଶାରେ ଇଞ୍ଜିନିୟର ପ୍ରଜାପତି ପ୍ରଥମ ଥର ବିଧାୟକ ଭାବରେ ପଦବୀ ସମ୍ଭାଳିଛନ୍ତି । ତେବେ ସେ ଜଣେ ଭଲ ରାଜନେତା ସହିତ ଜଣେ ଭଳ ଗାୟକ ମଧ୍ୟ । ବର୍ତ୍ତମାନ ସାରା ଦେଶ ତଥା ସାରା ବିଶ୍ୱ ତାଙ୍କ କଳାର ଭୁରି ଭୁରି ପ୍ରଶଂସା କରୁଛି ।

Get real time updates directly on you device, subscribe now.