fbpx

ଫ୍ୟାଶନ୍ ବଜାରରେ ଜମୁଛି ଗଞ୍ଜେଇ ଫାଇବରରେ ତିଆରି ପୋଷାକର ଚାହିଦା

ଯୋଧପୁର: ସାଧାରଣତଃ ଲୋକମାନେ ବଜାରରେ ମିଳୁଥିବା ସୂତା, ପଲିଷ୍ଟର, ଶିଫନ୍‌, ସିଲ୍କ ଭଳି ଅନ୍ୟାନ୍ୟ ଫାବ୍ରିକରେ ନିର୍ମିତ ପୋଷାକ ପରିଧାନ କରିଥାନ୍ତି । ଆଜିକାଲି ଫ୍ୟାଶନ ଦୁନିଆରେ ନୂଆ ନୂଆ ଭେରାଇଟିର ପୋଷାକ ଦେଖିବାକୁ ମିଳୁଛି । ଏଥିମଧ୍ୟରେ ଗଞ୍ଜେଇ ଗଛର ଫାଇବରରୁ ତିଆରି ହେଉଥିବା ପୋଷାକର ଚାହିଦା ଓ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯୋଧପୁରରେ ଏଭଳି ଏକ ନିଆରା ଆଇଡ଼ିଆକୁ ଷ୍ଟାର୍ଟଅପ୍ ଭାବେ ଆରମ୍ଭ କରିଛନ୍ତି ପ୍ରତିଷ୍ଠାତା ରାହୁଲ ସୁଥାର ଏବଂ ସୁନିଲ ସୁଥାର ।

ସାଧାରଣତଃ ଆମେ ଜାଣିଛୁ ଯେ ଗଞ୍ଜେଇ କେବଳ ନିଶା କାରବାର ଏବଂ କିଛି ଆୟୁର୍ବେଦିକ ଔଷଧ ପାଇଁ ବ୍ୟବହାର ହୋଇଥାଏ । କିନ୍ତୁ ବର୍ତ୍ତମାନ ଗେଞ୍ଜେଇକୁ ପୋଷାକ ଭାବରେ ବି ବ୍ୟବହାର କରାଯାଇପାରିବ । ଗଞ୍ଜେଇ ଫାଇବରରେ ନିର୍ମିତ ପୋଷାକରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିବା ସହ ଏଥିରେ ପ୍ରାକୃତିକ ରଂଗ ବ୍ୟବହାର କରାଯାଇଥାଏ । ଏହାର ବିଶେଷତ୍ୱ ହେଉଛି ଶୀତ ଦିନରେ ଉଷୁମ ଏବଂ ଗରମ ଦିନରେ ଥଣ୍ଡା ରହିଥାଏ । ଏହା ବ୍ୟତୀତ ପ୍ରତି ଥର ଗଞ୍ଜେଇ ଫାଇବରରେ ନିର୍ମିତ କପଡ଼ା ଧୋଇବା ଦ୍ୱାରା ଏହାର କୋମଳତା ବୃଦ୍ଧି ପାଇଥାଏ ବୋଲି କହିଛନ୍ତି ରାହୁଲ ।

ଗଞ୍ଜେଇ ଫାଇବରରେ କେମିତି ନିର୍ମିତ ହୋଇଥାଏ ପୋଷାକ ?

ଏକ ବିଶେଷ ପ୍ରକ୍ରିୟା ମାଧ୍ୟମରେ ଗଞ୍ଜେଇ ଗଛରୁ ଫାଇବର ବାହାର କରାଯିବା ପରେ ଏହାକୁ ସୂତାରେ ପରିବର୍ତ୍ତନ କରାଯାଇଥାଏ । ଏହି ସୂତାରୁ ପୋଷାକ, ବେଡ଼ସିଟ୍‌, ମଶିଣା, ଗାମୁଛା ଇତ୍ୟାଦି ତିଆରି କରାଯାଏ ।

ତେବେ ଉତ୍ତରାଖଣ୍ଡରେ ଗଞ୍ଜେଇ ଚାଷ ପାଇଁ ସରକାରଙ୍କ ତରଫରୁ ଅନୁମତି ଦିଆଯାଇଛି । ଗଞ୍ଜେଇ ଫାଇବରରେ ନିର୍ମିତ ପୋଷାକର ଚାହିଦା ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ପାଉଥିବାର ନଜିର ରହିଛି ।

Get real time updates directly on you device, subscribe now.