fbpx
BSKY SKY
BSKY SKY

Big Breaking: ପର୍ଯ୍ୟଟକ ବସ୍ ଓଲଟିଲା, ୨୫ରୁ ଅଧିକ ଆହତ

BSKY

ଭୁବନେଶ୍ୱର: ଏବେ ଏବେ ଏକ ବଡ ଧରଣର ବସ୍ ଦୁର୍ଘଟଣା ଘଟିଯାଇଛି । ବ୍ରାହ୍ମଣୀଗାଁ ଥାନା ମହାଗୁଡି ନିକଟ ବୁଲାଣି ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଓଲଟି ୨୫ ଜଣ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନେ ବ୍ରାହ୍ମଣୀ ଗାଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ପର୍ଯ୍ୟଟକମାନେ ପଶ୍ଚିମବଙ୍ଗରୁ ଦାରିଙ୍ଗିବାଡି ବୁଲିବାକୁ ଆସିଥିଲେ । ଦାରିଙ୍ଗିବାଡିରୁ ଗୋପାଳପୁର ଅଭିମୁଖେ ଯିବାବେଳେ ଘଟିଛି ଏହି ବଡ ଦୁର୍ଘଟଣା । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.