fbpx

କ୍ଷୀର ଦେଲାନି ମଇଁଷି, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ମାଲିକ; ଦେଖନ୍ତୁ ଭିଡିଓ…

ମଧ୍ୟପ୍ରଦେଶ: ସାଧାରଣତଃ ଗାଈ କିମ୍ବା ମଇଁଷି କ୍ଷୀର ନଦେଲେ ସେମାନଙ୍କର ଚିକିତ୍ସା କରାଯାଇଥାଏ । କିନ୍ତୁ କେବେ କ୍ଷୀର ନଦେଲେ ପୋଲିସ ଥାନାକୁ ଯାଇ ଅଭିଯୋଗ କରିବା କଥା ଶୁଣିଛନ୍ତି କି? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ । ଯେଉଁଠାରେ ଜଣେ କୃଷକ ଅଭିଯୋଗ କରିଛନ୍ତି ଯେ ତାଙ୍କ ମଇଁଷି କ୍ଷୀର ଦେଉନାହିଁ ଏବଂ ସେ ସହାୟତା ପାଇଁ ଥାନାରେ ପହଞ୍ଚିଛନ୍ତି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନାଅନୁଯାୟୀ, ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାର ବାବୁଲାଲ ଯାଦବ ନାମକ ଜଣେ ଚାଷୀ ନୟାଗାଁଓ ପୋଲିସ ଷ୍ଟେସନରେ ଶନିବାର ପହଞ୍ଚିଥିଲେ ଏବଂ ଅଭିଯୋଗ କରିଥିଲେ ଯେ ତାଙ୍କ ମଇଁଷି ଗତ କିଛି ଦିନରୁ କ୍ଷୀର ଦେଉନାହିଁ । ସେ ଅଭିଯୋଗ କରିଥିଲେ ଯେ କେହି ମଇଁଷିକୁ ଗୁଣି କରିଛି । ସେ ଦରଖାସ୍ତ ମଧ୍ୟ ଲେଖିଥିଲେ । ଏହାର ଚାରି ଘଣ୍ଟା ପରେ ପୁଣିଥରେ କୃଷକ ଜଣକ ଥାନାରେ ପହଞ୍ଚିଥିଲେ ଏବଂ ସାହାଯ୍ୟ ମାଗିଥିଲେ ।

ତେବେ ପୋଲିସ ତାଙ୍କୁ ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେବାପାଇଁ କହିଥିଲେ ଏହାପରେ ରବିବାର ପୁଣିଥରେ ସେ ଥାନାରେ ପହଞ୍ଚିଥିଲେ ଏବଂ ମଇଁଷି କ୍ଷୀର ଦେଉଥିବାନେଇ କହିବା ସହ ଧନ୍ୟବାଦ ଦେଇଥିଲେ ।

 

Get real time updates directly on you device, subscribe now.