fbpx

ଆଇସିସି ଟି-୨୦ ବିଶ୍ୱକପ ଦଳରେ ବାବର ଅଧିନାୟକ; ନାହାନ୍ତି ଜଣେ ବି ଭାରତୀୟ

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପ ସମାପ୍ତ ହେବା ପରେ ଆଇସିସି ପକ୍ଷରୁ ବିଶ୍ୱକପର ଶ୍ରେଷ୍ଠ ଦଳ ଘୋଷଣା କରାଯାଇଛି । ୧୨ ଜଣିଆ ଦଳରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ତେବେ ଭାରତର ଜଣେ ହେଲେ କ୍ରିକେଟର ଏହି ତାଲିକାରେ ସାମିଲ ନ ହେବା ସମସ୍ତଙ୍କୁ ନିରାଶ କରିଛି । ଏହା ସହିତ ଫାଇନାଲରେ ଅପରାଜିତ ୭୭ ରନ ସଂଗ୍ରହ କରିଥିବା ମିଚେଲ ମାର୍ଶଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିନାହିଁ ।

ଏହି ଦଳରେ ସାଉଥ୍ ଆଫ୍ରିକାର ଏଡେନ ମାର୍କରାମ ଓ ଆନିର୍କ ନୋର୍ଜେଙ୍କ ସହିତ ଶ୍ରୀଲଙ୍କାର ଚରିଥ୍ ଅସଲଙ୍କା ଓ ଲେଗ୍ ସ୍ପିନର ୱନିନ୍ଦୁ ହସରଙ୍ଗା ଏହି ଟିମରେ ସ୍ଥାନ ପାଇଛନ୍ତି । ଚାମ୍ପିୟନ୍ ଅଷ୍ଟ୍ରେଲିଆରୁ ସର୍ବାଧିକ ୩ ଜଣ ଖେଳାଳିଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଡେଭିଡ୍ ୱାର୍ଣ୍ଣରଙ୍କ ସହିତ ସ୍ପିନର ଆଡାମ ଜାମ୍ପା ଓ ଜୋଶ ହେଜଲଉଡ୍ ଏହି ଦଳରେ ସାମିଲ ଅଛନ୍ତି । ଇଂଲଣ୍ଡ ଦଳରୁ ମୋଇନ ଅଲୀ ଏବଂ ଜୋସ ବଟଲରଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ରନର୍ସ ଅପ ନ୍ୟୁଜିଲାଣ୍ଡ ଦଳରୁ ଟ୍ରେଣ୍ଟ ବୋଲ୍ଟଙ୍କୁ ସାମିଲ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବାବର ଆଜମ ଏହି ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର ରହିଥିବା ବେଳେ ହସରଙ୍ଗା ସର୍ବାଧିକ ୱିକେଟ ନେଇଛନ୍ତି ।

Get real time updates directly on you device, subscribe now.