fbpx

୫୧,୩୪୮ କୋଟିର ଟେସଲା ଶେୟାର ବିକିଲେ ଏଲନ ମସ୍କ

ନୂଆଦିଲ୍ଲୀ: ଆମେରିକାର ଇଲେକ୍ଟ୍ରିକ ବାହାନ ନିର୍ମାତା ଟେସଲାର ସିଇଓ ଏଲନ ମସ୍କ କିଛି ସମୟ ପୂର୍ବେ ସୋସିଆଲ ମିଡିଆରେ ଟେସଲାର ସେୟାର ବିକିବା ନେଇ ଏକ ପୋଲ୍ ଜାରି କରିଥିଲେ । ଯେଉଁଥିରେ ସେ କହିଥିଲେ ଯଦି ଲୋକେ ହଁ କହିବେ ତାହାଲେ ସେ ଟେସଲାର କିଛି ଶେୟାର ବିକ୍ରି କରିବେ । ଏହି ପ୍ରତିଶ୍ରୁତି ପାଳନ କରିବା ସହ ଏଲନ ମସ୍କ ଟେସଲାର ୬.୯ ବିଲିୟନ ଶେୟାର ବିକ୍ରି କରିଛନ୍ତି । ତେବେ ଏହି ସେୟାର ବିକ୍ରି ପରେ ଟେସଲାର ସେୟାର ଦାମ ଏକ ସପ୍ତାହ ମଧ୍ୟରେ ୧୫.୪ ପ୍ରତିଶତ ଖସିଛି ।

ଅକ୍ଟୋବର ୨୦୨୧ରେ ଟେସଲାର ବଜାର ମୂଲ୍ୟ ୧ ଟ୍ରିଲିୟନ ଛୁଇଁବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ ମସ୍କ । ସେ ଟ୍ୱିଟରରେ ସାର୍ବଜନିକ ଭାବରେ ପଚାରିଥିଲେ ଯେ କ’ଣ ଟେସଲାର ୧୦% ଷ୍ଟକ ବିକିବା ଉଚିତ୍? ସେ ଆହୁରି ମଧ୍ୟ କହିଥିଲେ ଯେ ଫଳାଫଳ ଯାହା ହେବ ତାହାକୁ ସେ ସ୍ୱୀକାର କରିବେ । ତେବେ ୩୮ ଲକ୍ଷ ଭୋଟରୁ ୫୮ ପ୍ରତିଶତ ସେୟାର ବିକିବା ସପକ୍ଷରେ ଥିଲେ । ଯାହାପରେ ଏବେ ଏଲନ ମସ୍କ ସେୟାର ବିକ୍ରି କରିଛନ୍ତି ।

ସୂଚନାଯୋଗ୍ୟ, ଏଲନ ମସ୍କ ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତି, ତାଙ୍କର କମ୍ପାନୀ ମୂଲ୍ୟ ୨୯୪ ବିଲିୟନ ଡଲାର ରହିଛି । ମସ୍କ ଭାରତୀୟ ବଜାରରେ ଖୁବଶୀଘ୍ର ପ୍ରବେଶ କରିବାକୁ ଯୋଜନା କୁରଛନ୍ତି ।

Get real time updates directly on you device, subscribe now.