fbpx
BSKY
BJD MC SKY
BJD MS SKY

ଏଣିକି ରାତିରେ ବି ହୋଇପାରିବ ପୋଷ୍ଟମର୍ଟମ, କେନ୍ଦ୍ର ଆଣିଲା ଗାଇଡଲାଇନ

ନୂଆଦିଲ୍ଲୀ: ଶବ ବ୍ୟବଚ୍ଛେଦ ଗାଇଡଲାଇନରେ ସଂଶୋଧନ କଲା କେନ୍ଦ୍ର । ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । ରାତି ଦିନ ଯେକୌଣସି ସମୟରେ ହୋଇପାରିବ ପୋଷ୍ଟମର୍ଟମ । ଏନେଇ ଟ୍ୱିଟ କରି ଜଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ସେ କହିଛନ୍ତି ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଶେଷ ହୋଇଛି ଏଣିକି ରାତିରେ ବି ହେବ ପୋଷ୍ଟମର୍ଟମ । ଯେଉଁ ହସ୍ପିଟାଲ ଗୁଡ଼ିକରେ ବ୍ୟବସ୍ଥା ଥିବ ପୋଷ୍ଟମର୍ଟମ କରାଯାଇପାରିବ । ଏବେ କେବଳ ଦିନ ସମୟରେ ହିଁ ହୋଇପାରୁଛି ପୋଷ୍ଟମର୍ଟମ । ଦିନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହୋଇପାରୁଥିଲା ଶବ ବ୍ୟବଚ୍ଛେଦ ।

ଏହାଦ୍ୱାରା ମୃତକଙ୍କ ସଂପର୍କୀୟଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ । ଅଙ୍ଗଦାନ ଓ ପ୍ରତିରୋପଣ କ୍ଷେତ୍ରରେ ମଧ୍ୟ ଏହା ବିଶେଷ ଲାଭଦାୟକ ହୋଇପାରିବ । ତେବେ ଗଣହତ୍ୟା, ଆତ୍ମହତ୍ୟା, ଦୁଷ୍କର୍ମ ଏବଂ ନଷ୍ଟ ହୋଇଯାଇଥିବା ମରଶରୀରର ପୋଷ୍ଟମର୍ଟମ ରାତିରେ ହୋଇପାରିବନାହିଁ ଏସବୁ କ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ଯୋଗୁଁ ଏସବୁ ମାମଲାରେ ରାତିରେ ଶବ ବ୍ୟବଚ୍ଛେଦ ହୋଇପାରିବ ନାହିଁ । ରାତିରେ ହେଉଥିବା ଶବ ବ୍ୟବଚ୍ଛେଦର ଭିଡିଓ ରେକର୍ଡିଂ କରାଯିବ ।

Get real time updates directly on you device, subscribe now.