fbpx

ମା’ କ୍ଷୀରରେ ରହିଛି COVID ଆଣ୍ଟିବଡି; ରିସର୍ଚ୍ଚରୁ ମିଳିଲା ନୂଆ ତଥ୍ୟ

Advertisement

ନୂଆଦିଲ୍ଳୀ: ମା’ କ୍ଷୀର ପାଲଟିଛି ଅମୃତ । ଗର୍ଭାବସ୍ଥା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ କିମ୍ବା ଟିକା ନେଇଥିଲେ ମା’ କ୍ଷୀରରେ କୋଭିଡ ଆଣ୍ଟିବଡି ସୃଷ୍ଟି ହେଉଥିବା ନେଇ ଏକ ରିସର୍ଚ୍ଚରୁ ପ୍ରକାଶ ପାଇଛି । ମା କ୍ଷୀରରେ କୋଭିଡ ସହିତ ଲଢିବା ପାଇଁ ଆଣ୍ଟି ବଡି ସୃଷ୍ଟି ହେଉଥିବା ନେଇ ଜାମା ପେଡିଆଟ୍ରିକସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛିି । ତେବେ ଏହି କ୍ଷୀରରୁ ସ୍ତନ୍ୟପାନ କରୁଥିବା ଶିଶୁ କେତେ ଲାଭବାନ ହେଉଛନ୍ତି ତା’ର କୌଣସି ସୂଚନା ମିଳିନାହିଁ ।

ସମୁଦାୟ ୭୭ ଜଣ ମା’ଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା । ଏହା ମଧ୍ୟରୁ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩୦ ଜଣ ଟିକା ନେଇଥିଲେ । ଏହା ସହିତ କରୋନା ଆକ୍ରାନ୍ତ ମା’ ମାନଙ୍କ କ୍ଷୀରରେ ଇମ୍ୟୁନୋଗ୍ଲୋବିନ୍ ଏ ଆଣ୍ଟିବଡି ପ୍ରଚୁର ପରିମାଣରେ ମିଳୁଥିବା ବେଳେ ଟିକା ନେଇଥିବା ମା’ ମାନଙ୍କ ନିକଟରେ ଇମ୍ୟୁନୋଗ୍ଲୋବିନ୍ ଜି ଆଣ୍ଟିବଡି ଅଧିକ ପରିମାଣରେ ମିଳୁଥିଲା । ଏହି ଦୁଇଟି ଯାକ ଆଣ୍ଟିବଡି କରୋନାରୁ ସୁରକ୍ଷା ପ୍ରଦାନ କରିଥାଏ ।

Get real time updates directly on you device, subscribe now.