fbpx
BSKY SKY
BSKY SKY

‘ନିର୍ବାଚନ କମିଶନ ଅଫିସରଙ୍କ ଉପରେ ଲଗାଯିବ ହତ୍ୟା ଅଭିଯୋଗ’: ମଦ୍ରାସ ହାଇକୋର୍ଟ

BSKY

ଚେନ୍ନାଇ ୨୬ । ୪ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ମଧ୍ୟ କରାଯାଇଛି । ହେଲେ ଏହାମଧ୍ୟରେ ରାଜନୈତିକ ଦଳ ଗୁଡିକ ନିର୍ବାଚନ ପାଇଁ ରାଲି କରୁଥିବା ବେଳେ କୋଭିଡ୍ ନିୟମର ଉଲଘଂନ କରୁଥିବା ଦେଖିବାକୁ ମିଳୁଛି । ଏନେଇ ମଦ୍ରାସ ହାଇକୋର୍ଟ ନିର୍ବାଚନ କମିଶନରଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଛନ୍ତି । ଅଦାଲତର ମୁଖ୍ୟ ବିଚାରପତି ସଞ୍ଜିବ ବାନାର୍ଜୀ ଏକ ମାମଲାର ଶୁଣାଣି କରି କହିଛନ୍ତି କି ‘ନିର୍ବାଚନ କମିଶନ ଅଧିକାରୀଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଯିବା ଦରକାର ।’ ତାହାସହ ମୁଖ୍ୟ ବିଚାରପତି ନିର୍ବାଚନ କମିଶନରଙ୍କୁ କହିଛନ୍ତି କି ଆପଣଙ୍କ ସଂସ୍ଥା କରୋନାର ଦ୍ୱିତୀୟ ଲହର ପାଇଁ ଦାୟୀ ।

ଏହାସହ ହାଇକୋର୍ଟ ନିର୍ବାଚନ କମିଶନରଙ୍କୁ ଚେତାବନୀ ଦେଇଛନ୍ତି ଯଦି ‘ମେ’ ୨ ତାରିଖରେ ନିର୍ବାଚନୀ ଆୟୋଗ କରୋନା ପ୍ରୋଟକଲ୍ ପାଳନ ପାଇଁ ଉଚିତ୍ ଯୋଜନା ନ କରନ୍ତି ତେବେ ମତଦାନକୁ ସେହି ସମୟରେ ବନ୍ଦ କରିଦିଆ ଯିବ ।’ ଲୋକମାନଙ୍କ ସ୍ୱାସ୍ଥ୍ୟ ଅଧିକ ମହତ୍ତପୂର୍ଣ୍ଣ ବୋଲି ସମ୍ବିଧାନିକ ଅଧିକାରୀ ମାନଙ୍କୁ ମନେ ପକାଇବା ପାଇଁ ପଡୁଛି ଯାହାକି ସବୁଠାରୁ ଚିନ୍ତାର ବିଷୟ । ଯେବେ କେହି ବଞ୍ଚିବ ତାହେଲେ ସେ ଲୋକତନ୍ତ୍ର ଅଧିକାରର ଲାଭ ଉଠାଇ ପାରିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ଏହାବ୍ୟତୀତ ହାଇକୋର୍ଟ କରୋନା ପ୍ରୋଟକଲ୍ ଯୋଜନା ଏପ୍ରିଲ ୩୦ସୁଦ୍ଧା ଅଦଲାତ ସମ୍ମୁଖରେ ଉପସ୍ଥାପନା କରାଯିବା ନେଇ ଆଦେଶ ଦେଇଛନ୍ତି । ଆପଣ କଣ ଅନ୍ୟ ଗ୍ରହରେ ଥିଲେ କି ଯେତେବେଳେ ନିର୍ବାଚନ ରାଲି ଆୟୋଜନ କରାଯାଉ ଥିଲା । ଏନେଇ ମୁଖ୍ୟ ବିଚାରପତି ନିର୍ବାଚନ ଆୟୋଗକଙ୍କୁ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.