fbpx
BJD
BJD SKY
BJD SKY

ନୂଆ-ନୂଆ ଡ୍ରଗ୍ସର ନିଶା କେତେ ଜାଣିବା ପାଇଁ ଭିକାରୀଙ୍କ ଠାରେ ଟେଷ୍ଟ୍ କରୁଛନ୍ତି ମାଫିଆ

ଅହମଦାବାଦ୍: ଡ୍ରଗ୍ ବ୍ୟବସାୟ ଚଳାଇବା ପାଇଁ ଡ୍ରଗ୍ ମାଫିଆ ମାନେ କିଛି ନା କିଛି ନୂଆ ଉପାୟ ଖୋଜିଥାଏ । ତେବେ କିଛି ଦିନ ହେବ ଅହମଦାବାଦ ସହରର ଭିକାରୀମାନେ ଡ୍ରଗ୍ ମାଫିଆ ମାନଙ୍କ ଟାର୍ଗେଟରେ ଅଛନ୍ତି। ପ୍ରକୃତ କଥା ହେଲା ଡ୍ରଗ୍ ମାଫିଆ ମାନେ ଭିକାରୀ ଓ ବେଘର ଲୋକମାନଙ୍କ ଠାରେ ନିଜର ନୂଆ ନୂଆ ସିନ୍ଥେଟିକ୍ ଡ୍ରଗ୍ ର ଟେଷ୍ଟ କରୁଛନ୍ତି । ଏପରି କରି ସେମାନେ ନୂତନ ଡ୍ରଗ୍ ରେ କେତେ ନିଶା ଜାଣିପାରୁଛନ୍ତି । ଆଉ ଯେଉଁ ଡ୍ରଗ୍ ଭଲ ଫଳାଫଳ ଦେଖାଏ ସେସବୁକୁ ସେମାନେ ବ୍ଲାକ୍ ମାର୍କେଟିଂ କରନ୍ତି ।

ସୂଚନା ଅନୁସାରେ, ଅହମଦାବାଦ୍ ସହରରେ ଏହି ଭଳି କିଛି ଡ୍ରଗ୍ ମାଫିଆ ମାନେ ଭିକାରୀ ମାନଙ୍କ ଉପରେ ଟାର୍ଗେଟ କରିଛନ୍ତି । ବିଶେଷ କରି ରେଲୱେ ଷ୍ଟେସନ୍ ଓ ବସ୍ ଷ୍ଟାଣ୍ଡ ଉପରେ ମାଫିଆ ମାନେ ନଜର ରଖିଛନ୍ତି । କାରଣ ଏହିସବୁ ସ୍ଥାନରେ ଭିକାରୀ ଓ ବେଘର ମାନେ ରହିଥାନ୍ତି । ଏହି ପରି ଲୋକମାନଙ୍କୁ କତା ଛଳରେ ଆଣି ମାଫିଆ ମାନେ ଡ୍ରଗ୍ସ ଦେଉଛନ୍ତି । ଏହାର ଶିକାର ହେଉଥିବା ନିରୀହ ଭିକାରୀ ମାନଙ୍କ ଜୀବନ ସର୍ବଦା ସଙ୍କଟରେ ରହିଥାଏ । କ୍ରାଇମ ବ୍ରାଞ୍ଚର ଅଧିକାରୀ ମାନେ ଏସମ୍ପର୍କରେ ଜାଣିବାକୁ ପାଇଛନ୍ତି । ହେଲେ ଏହାକୁ ନେଇ କୌଣସି ପ୍ରକାରର ଅଭିଯୋଗ ଆସିନାହିଁ ।

ତେବେ ଏହି ଆଧାରରେ କାଲୁପୁର୍ ରେଲୱେ ଷ୍ଟେସନ୍ ର ସଲୀମ୍ ମହମ୍ମଦ୍ ଙ୍କୁ ଡ୍ରଗ୍ ମାଫିଆ ମାନେ ଟାର୍ଗେଟରେ କରିଥିଲେ । ତାଙ୍କୁ ଗଞ୍ଜେଇ ଦେଇଥିଲେ । ସେହିପରି ଆଉ ଜଣେ ଭିକାରୀ କୁ ଏହିପରି ଏକ ନୁଆ ଡ୍ରଗ୍ସ ଦେଇଥିଲେ । ଯାହାପରେ ତାଙ୍କର ରକ୍ତବାନ୍ତି ହୋଇଥିଲା । ଏହିପରି ଭାବରେ ଆଉ ଜଣଙ୍କୁ କିଛି ପାଉଡର୍ ଭଳି ଜିନିଷ ,ଦେଇଥିଲେ । ଯାହାକୁ ନେବା ପରେ ସେ ନିଶାଡି ପରି ବ୍ୟବହାର କରିଥିଲା । ସେ କାନ୍ଥରେ ନିଜ ହାତକୁ ଖୁବ୍ ଜୋରରେ ମାରିବାକୁ ଲାଗିଥିଲା । ସେ ଏତେ ଜୋରରେ ହାତକୁ କାନ୍ଥରେ ମାରିଥିଲା ଯେ, ଏହାପରେ ଉକ୍ତ ଭିକାରୀର ହାତ ଫ୍ୟାକ୍ଚର୍ ହୋଇଯାଇଥିଲା ।

Get real time updates directly on you device, subscribe now.