fbpx
BSKY
BJD SHG SKY
BJD YOUTH SKY

D brother’s ଙ୍କ ଘନିଷ୍ଠ ସହଯୋଗୀ ଗିରଫ

କଟକ: ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଟ ସହଯୋଗୀ ଦିଲୁ ଓରଫ ପ୍ରଦୀପ କୁମାର ସାହୁ ଗିରଫ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଦିଲୁକୁ ଆଜି ଗିରଫ କରିବା ପାଇଁ କଟକ ପୋଲିସ ସଫଳ ହୋଇଛି। ଦିଲୁ ୨୦୧୬ ବହୁଚର୍ଚ୍ଚିତ ଓମ୍‌ ଓ ଦିପୁର ହତ୍ୟା କାଣ୍ଡରେ ଲିପ୍ତ ଥିଲା। ହତ୍ୟା ପରେ ଦୀର୍ଘ ୫ ବର୍ଷ ଫେରାର ରହିଥିଲା ଦିଲୁ।

କଟକ ଡିସିପିଙ୍କ ତତ୍ୱାପଧାନରେ ଏକ ସ୍ପେସାଲ ଟିମ୍‌ ରାୟଗଡ଼ାରୁ ଦିଲୁକୁ ଗିରଫ କରିଛି। ଦିଲୁ ପାଖରୁ ଗିରଫ ସମୟରେ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି ଏବଂ ୩ ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ପ୍ରାଥମିତ ତଦନ୍ତରୁ ଜଣାପଡ଼ିଛି ଯେ ଦିଲୁ ଡି ବ୍ରଦର୍ସଙ୍କର ଟେଣ୍ଡର କାମ ଦେଖୁଥିଲା। ଏହା ସହ ଦିଲୁ ଅନେକ ବଡ଼ ବଡ଼ କାମକ ତଦାରଖ କରୁଥିଲା। ଦିଲୁର ନାମରେ ଚାଉଳିଆଗଞ୍ଜ ଥାନାରେ ୪ଟି କେସ ରହିଛି। ପୂର୍ବରୁ ଗିରଫ ନ ହୋଇଥିବା ଡି ବ୍ରଦର୍ସଙ୍କର ଘନିଷ୍ଟ ସହଯୋଗୀ ମାନଙ୍କ ମଧ୍ୟରୁ ଦିଲୁ ଜଣେ।

Get real time updates directly on you device, subscribe now.