fbpx

ଆମେରିକାକୁ ନାଲି ଆଖି ଦେଖାଇଲା ତାଲିବାନ, ୩୧ ଅଗଷ୍ଟ ସୁଦ୍ଧା ସେନା ଖାଲି କରିବାକୁ ଦେଲା ଧମକ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନି ମାନେ ଆମେରିକାକୁ ଧମକ ଦେଇଛନ୍ତି । ତାଲିବାନି ମାନେ କହିଛନ୍ତି ଯେ, ଆଫଗାନିସ୍ତାନରୁ ଅଗଷ୍ଟ ୩୧ ସୁଦ୍ଧା ନିଜ ସେନା ଫେରାଇ ନନେଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ତାଲିବାନ ପ୍ରବକ୍ତା ସୁହେଲ ଶାହୀନ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଜ ସେନାକୁ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନ ଛାଡିବାକୁ କହିସାରିଛନ୍ତି। ତାଲିବାନ ସ୍ପଷ୍ଟ କରିଛି ଯେ ଅଗଷ୍ଟ ୩୧ରୁ ଦିନେ ବି ଯେମିତି ବିଳମ୍ବ ହେବନାହିଁ । ଆମେରିକା ଓ ବ୍ରିଟେନ ଯଦି ଦିନେ ବି ଆଗକୁ ସମୟ ମାଗନ୍ତି ତାହେଲେ ତାର କୌଣସି ଜବାବ ମିଳିବନି, ବରଂ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ତାଲିବାନି ମାନେ ଅଗଷ୍ଟ ୩୧କୁ ଡେଡ୍ ଲାଇନ୍ ଆକାରରେ ଦେଇଛନ୍ତି ।

ସୂଚନା ଯେ, ଆମେରିକା ସେନା ଆଫଗାନିସ୍ତାନରୁ ହଟିବା ପରେ ତାଲିବାନ ଆତଙ୍କବାଦୀ ମାନେ ଦେଶ ଉପରେ ନିଜର କବଜା କରିଛନ୍ତି । ତେଣୁ ଆମେରିକା ନିଜର ଦୂତାବାସର ନାଗରିକ ମାନଙ୍କୁ ଫେରାଇ ନେବା ପ୍ରକିୟା ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ୬ ହଜାରରୁ ଅଧିକ ଆମେରିକୀ ସେନା କାବୁଲ ଏୟାରପୋର୍ଟରେ ସୁରକ୍ଷା ପାଇଁ ମୂତୟନ ହୋଇଛନ୍ତି । ତେଣୁ ଏଥିରେ ଉତ୍ତେଜିତ ହୋଇଛନ୍ତି ତାଲିବାନ ଆତଙ୍କବାଦୀ ।

ସୂଚନାଯୋଗ୍ୟ, ଆମେରିକା ତାଲିବାନକୁ କ୍ଷମତାରୁ ବାହାର କରିବାକୁ ୨୦୦୧ ଅକ୍ଟୋବରରେ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା। ଆମେରିକାର ଆରୋପ ଥିଲା ଯେ ଆଫଗାନିସ୍ତାନରେ ତାଲିବାନ ଓସାମା ବିନ ଲାଦେନ ଓ ଅଲ-କାଏଦା ସହ ଜଡିତ ଆତଙ୍କବାଦୀ ସଂଗଠନକୁ ଶରଣ ଦେଉଛି। ଆମେରିକା ନିଜ ଦେଶରେ ଆତଙ୍କୀ ହମଲା ପାଇଁ ଲାଦେନ ଓ ଅଲ-କାଏଦାକୁ ଦାୟୀ କରିଥିଲା। ସେଠାରୁ ଆମେରିକା ଓ ତାଲିବାନର ଯୁଦ୍ଧ ଆରମ୍ଭ ହୋଇଥିଲା ବୋଲି କୁହାଯାଏ।

 

Get real time updates directly on you device, subscribe now.