fbpx

କଣ ଭାରତ ସରକାରଙ୍କ ପକ୍ଷରୁ ଦିଆଯାଉଛି ୱର୍କ ଫ୍ରମ୍ ହୋମ୍ ସୁବିଧା? ସାମନାକୁ ଆସିଲ ସତ

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ସମୟରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀ ମାନଙ୍କୁ ଘରେ ରହି କାମ କରିବାର ସୁବିଧା ଦେଇଥିଲେ । ଏହି ସମୟରେ ଅନେକ ପ୍ରକଳ୍ପ ତଥା ଚାକିରୀ ବାହାରୁଛି । ଯେଉଁଥିରେ କର୍ମଚାରୀ ମାନଙ୍କୁ ଘରେ ବସି କାମ କରିବାର ସୁଯୋଗ ପ୍ରଦାନ କରାଯାଉଛି । ଏହା ଭିତରେ ମେସେଜିଂ ଆପ୍ ହ୍ୱାଟସଆପ୍ ରେ ଏକ ମେସେଜ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ଭାରତ ସରକାର ଏକ ସଂସ୍ଥାର ସହଯୋଗରେ ୱର୍କ ଫ୍ରମ୍ ହୋମ୍ ର ସୁବିଧା ଉପଲବ୍ଧ କରାଉଛନ୍ତି ।

ତେବେ ଏହି ମେସେଜ୍ ର ସତ ଏବେ ସାମନାକୁ ଆସିଛି । ଏହି ଖବର ପଛର ସତ ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ଆଉ ଏଥିରୁ ଜଣାପଡ଼ିଥିଲା ଯେ, ଏହା ହେଉଛି ଏକ ଫେକ୍ ମେସେଜ୍ । ଭାରତ ସରକାର ୱର୍କ ଫ୍ରବ୍ ହୋମ୍ କରିବାର କୌଣସି ପ୍ରକାର ଘୋଷଣା କରିନାହାନ୍ତି । ଆଉ ଆଗକୁ ବି ଏପରି କରିବାର କୌରସି ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇନାହିଁ । ତେଣୁ ଏହିଭଳି କିଛି ମେସେଜ୍ ପାଇବା ଦ୍ୱାରା ତାହା ଉପରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ ।

ସୂଚନାଯୋଗ୍ୟ, କରୋନା ମହାମାରୀ କାଳରେ ଅନେକ ଲୋକ ସେମାନଙ୍କ ଜୀବିକା ହରାଇଛନ୍ତି । ତେଣୁ ଲୋକଙ୍କ ଅସୁବିଧା ସମୟର ଫାଇଦା ଉଠାଇବାକୁ ଅନେକ ଫ୍ରଡ୍ ଚେଷ୍ଟା କରୁଛନ୍ତି । ସାଇବର୍ ଅପରାଧି ମାନେ ଏହିଭଳି ମେସେଜ୍ ଜରିଆରେ ଲୋକମାନଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.