fbpx

ମାହାଙ୍ଗା ଡବଲ ମର୍ଡର: ମୁଖ୍ୟ ଅଭିଯୁକ୍ତ ସହ ୪ ଅଟକ

Advertisement

ମାହାଙ୍ଗା, ୫ା୧ (ଓଡିଶା ଭାସ୍କର): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟମାନଙ୍କୁ ପୋଲିସ ଅଜ୍ଞାତ ସ୍ଥାନରେ ଜେରା କରୁଥିବା ଜଣାପଡ଼ିଛି ।

ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ ଏକ ୫ ଜଣିଆ ଟିମ ଗଠନ କରିଥିଲା । ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା । ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ପ୍ରୟାସ ଜାରି ରହିଛି ।

Get real time updates directly on you device, subscribe now.