fbpx

ଅପୂର୍ବ ସଂଯୋଗ; ମହାପ୍ରଭୁଙ୍କ ବନକଲାଗି, ସେପଟେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ: ସଫଳ ହେବା ସୁନିଶ୍ଚିତ!

Advertisement

ଆସନ୍ତାକାଲି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ୨୩ ତାରିଖ ସନ୍ଧ୍ୟା ୦୬.୦୪ ସମୟରେ ଏହା ଜହ୍ନ ରାଇଜରେ ପାଦ ଥାପିବ । ଏହି ସଫଳତାକୁ ହୃଦୟଙ୍ଗମ କରିବା ପାଇଁ ସାରା ଦେଶ ଅପେକ୍ଷା କରି ରହିଛି । ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ବୈଜ୍ଞାନିକ କି ସଫଳ ହୋଇଯାଉ ବର୍ଷ ବର୍ଷର ଅପେକ୍ଷା । ବୋଧହୁଏ, ସାରା ଦେଶବାସୀଙ୍କ ଏହି ଗୁହାରିକୁ ଶୁଣି ନେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଚନ୍ଦ୍ରଯାନର ସଫଳ ଲାଣ୍ଡିଂ କରିବାର ସମ୍ଭାବନା ଆହୁରି ବଢିଯାଇଛି । କାରଣ ଜଗନ୍ନାଥଙ୍କୁ ଆଶିଷ ଭାରତର ଏହି ମୁନ୍ ମିଶନ୍ ଉପରେ ରହିଛି । ମହାପ୍ରଭୁଙ୍କ ଦିବ୍ୟ ମୁହୂର୍ତ୍ତରେ ଚନ୍ଦ୍ରଯାନ ଜହ୍ନ ଉପରେ ଅବତରଣ କରିବାକୁ ଯାଉଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାର ଅପୂର୍ବ ମୁହୂର୍ତ୍ତରେ ଚନ୍ଦ୍ରଯାନ ନିଜ ସଫଳତାକୁ ସ୍ପର୍ଶ କରିବାର ସମୟ ଧାର୍ଯ୍ୟ ହୋଇଛି । ବିରଳ ସଂଯୋଗରେ ଚନ୍ଦ୍ରଯାନ-୩ ଶେଷ କରିବ ନିଜର ଐତିହାସିକ ଯାତ୍ରା । ଏହି ସମୟରେ(ସନ୍ଧ୍ୟା ୬ଟା ରୁ ରାତି ୧୦ଟା)ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି । କାରଣ ବହୁ ଆଲୋଚନା ପରେ ଆସନ୍ତାକାଲି ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁ ‘କଳାଚାନ୍ଦ’ଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ସେପଟେ ଆଉ ଏକ ଚାନ୍ଦରେ ପହଞ୍ଚିବ ଭାରତର ଚନ୍ଦ୍ରଯାନ-୩ । ଲୀଳାମୟ ଠାକୁରଙ୍କର ଏକ ଅପୂର୍ବ ଦିବ୍ୟ ମୁହୂର୍ତ୍ତ ବନକଲାଗି ନୀତି ସମୟରେ ଚନ୍ଦ୍ରଯାନ-୩ର ଅବତରଣ ଏକ ବିରଳ ସଂଯୋଗ ଘଟିଛି ।

Why Chandrayaan 2 was a success well before 'Vikram' landed on the Moon -  Geospatial World

ତେଣୁ ଏହି ମିଶନରେ ଚନ୍ଦ୍ରଯାନ-୩ ସହିତ ମହାପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣା ଏବଂ ଆଶିଷ ମିଳି ପାରିବ, ଯାହା ଫଳରେ ଚନ୍ଦ୍ରପୃଷ୍ଠରେ ଲାଣ୍ଡିଂ କରିବା ସମ୍ଭବ ହେବ ବୋଲି କୁହାଯାଉଛି । ତେବେ କୋଟି କୋଟି ଭାରତୀୟ ମହାପ୍ରଭୁଙ୍କ ନିକଟରୁ ଏହା ଆଶା କରି ରହିଛନ୍ତି । ଲୋକେ କହିଛନ୍ତି ଯେ, ସାଧାରଣ ଦର୍ଶନ ବନ୍ଦ ହେବା ପରେ ମହାପ୍ରଭୁ ଜଗନ୍ନାଥ ସିଂହାସନ ଛାଡ଼ି ଚନ୍ଦ୍ରଯାନ-୩ ନିକଟରେ ଆବିର୍ଭାବ ହେବେ ଏବଂ ଏହାକୁ ସଫଳ କରିବା ପାଇଁ ଆଶିଷ ପ୍ରଦାନ କରିବେ । ଶ୍ରୀଜୀଉଙ୍କ ଏହି କରୁଣା ବଳରେ ଚନ୍ଦ୍ରଯାନ-୩ ନିଜ ଲକ୍ଷ୍ୟ ହାସଲ କରିପାରିବ ।

Banabhoji Besha – Costume Of Lord Jagannath — PURIWAVES

ସୂଚନା ଅନୁସାରେ, ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସନ୍ଧ୍ୟା ୬ ଯାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଚନ୍ଦ୍ରଯାନ-୩ର ଲାଣ୍ଡିଂ ପାଇଁ ମଧ୍ୟ ଇସ୍ରୋ ସମାନ ସମୟ ଧାର୍ଯ୍ୟ କରିଛି । ଆସନ୍ତାକାଲି ବୁଧବାର ସନ୍ଧ୍ୟା ୦୬.୦୪ ସମୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ କରିବ ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ ।

Get real time updates directly on you device, subscribe now.