fbpx
BSKY
BJD SHG SKY
BJD YOUTH SKY

ମହାରାଷ୍ଟ୍ର ପଲିଟିକାଲ ଡ୍ରାମା: ବିଦ୍ରୋହୀ ବିଧାୟକଙ୍କ ଉପରେ ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ

ମହାରାଷ୍ଟ୍ରରେ ଜାରି ରହିଥିବା ସଂଘର୍ଷକୁ ନେଇ ସଞ୍ଜୟ ରାଉତ ଲଗାତାର ସ୍ୱର ଉଠାଇ ଆସୁଛନ୍ତି । ରାଉତଙ୍କ ନେତୃତ୍ୱରେ ଶିବସେନା ନେତା ବିଦ୍ରୋହୀଙ୍କ ଉପରେ ବର୍ଷିଛନ୍ତି । ଶିବସେନା କାର୍ଯ୍ୟକର୍ତ୍ତା ଲଗାତାର ଦ୍ୱିତୀୟ ଦିନରେ ମୁମ୍ବାଇ ଏବଂ ପୁଣେ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ରୋହୀଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଉତ  କହିଛନ୍ତି ଯେ ବର୍ତ୍ତମାନର ସମୟ ଶିବସେନାକୁ ପୁନର୍ଜୀବିତ କରିବାର ଏକ ଅବସର । ସେ ଶିବସେନା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋନ୍ଧିତ କରିବା ସମୟରେ ଗୌହାଟୀରେ ଡେରା ପକାଇଥିବା ବିଧାୟକଙ୍କୁ ଇସାରା କରି କହିଛନ୍ତି ଯେ ‘ଆମେ ଶିକ୍ଷା ପାଇଛୁ ଯେ କାହା ଉପରେ ବିଶ୍ୱାସ କରିବା ଦରକାର । ସେମାନେ ଏଭଳି ଶରୀର, ଯାହାଙ୍କର ଆତ୍ମା ମରିଯାଇଛି, ସେମାନଙ୍କର ମସ୍ତିଷ୍କ ମରିଯାଇଛି । ୪୦ ଶବ ଅସମରୁ ଆସିବେ ଏବଂ ପୋଷ୍ଟମର୍ଟମ ପାଇଁ ସିଧା ମୁର୍ଦାଘରକୁ ପଠାଇଦିଆଯିବେ ।’

ଶିବସେନା ଅଧ୍ୟକ୍ଷ ଉଦ୍ଦବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଏବଂ ପାର୍ଟୀ ପ୍ରବକ୍ତା ସଞ୍ଜୟ ରାଉତ ପାର୍ଟୀ କାର୍ମକର୍ତ୍ତାଙ୍କୁ ସମ୍ବୋନ୍ଧିତ କରିଥିଲେ । ଏହି ସମୟରେ ସେ ସଙ୍କଟଗ୍ରସ୍ତ ପାର୍ଟୀ ନେତୃତ୍ୱ ପାଇଁ ସମର୍ଥନ ଯୋଗାଡ଼ ପାଇଁ ଚେଷ୍ଟା କରିଥିଲେ ଏବଂ ସିନ୍ଦେ ଗ୍ରୁପ୍ ଉପରେ ବର୍ଷିଥିଲେ ।

ଏହାରି ମଧ୍ୟରେ ଆଉ ଜଣେ ଶିବସେନା ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଥିବା ଉଦୟ ସାମନ୍ତ ଗୌହାଟି ଯାଇଛନ୍ତି । କୁହାଯାଉଛି ସେ ମଧ୍ୟ ସିନ୍ଦେ ଗ୍ରୁପ୍ ରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.