fbpx

ସିନ୍ଦେ ନା ଠାକରେ, ମହାରାଷ୍ଟ୍ର ଆସନ ଉପରେ କିଏ କରିବ ରାଜ ? ଆଜିର ଶୁଣାଣି ଉପରେ ଏବେ ସଭିଁଙ୍କ ନଜର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୀତିକୁ ନେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟ ରେ ନିଷ୍ପତ୍ତି ନିଆଯିବ। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଗୁରୁବାର ଦିନ ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳର ବିଭିନ୍ନ ଆବେଦନ ଉପରେ ଏହାର ରାୟ ପ୍ରଦାନ କରିବେ । ଗତ ବର୍ଷ ଶିବସେନା ନେତା ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରି ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ, କିନ୍ତୁ ଠାକରେ ଦଳ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ଯାହା ନିଷ୍ପତ୍ତି ନିଆଯିବ ତାହା ମହାରାଷ୍ଟ୍ର ରାଜନୀତିରେ ଉପରେ ବହୁତ ପ୍ରଭାବ ପକେଇବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଗତ ବର୍ଷ ଜୁନ୍ ମାସରେ, ଏକନାଥ ସିନ୍ଦେ ୧୫ ଟି ଶିବସେନା ବିଧାୟକଙ୍କ ସହ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଶିନ୍ଦେଙ୍କ ସମେତ ୧୬ ଜଣ ବିଧାୟକ ପ୍ରଥମେ ସୁରଟକୁ ଯାଇ ଗୁଆହାଟୀରେ ରହିଲେ। ସେତେବେଳେ ଉଦ୍ଧବ ସିନ୍ଦେଙ୍କୁ ଫେରି ଆସି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସିନ୍ଦେ ଏହାକୁ ଗ୍ରହଣ କରିନଥିଲେ ଏବଂ ବିଜେପି ସହ ସରକାର ଗଠନ କରିଥିଲେ। ଶିନ୍ଦ-ବିଜେପି ମିଳିତ ସରକାରକୁ ସ୍ୱୀକୃତି ଦେଇ ରାଜ୍ୟପାଳ ଏହି ଶପଥ ଗ୍ରହଣ କରାଇଥିଲେ ।

ଏକନାଥ ସିନ୍ଦେ ଏବଂ ତାଙ୍କର ୧୫ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଠାକରେ ଦଳ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଏହାକୁ ସମ୍ବିଧାନ ବେଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ , ଜଷ୍ଟିସ ଏମଆର ଶାହା, ଜଷ୍ଟିସ କୃଷ୍ଣ ମୁରାରୀ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପିଏସ ନରସିଂହ ରହିଛନ୍ତି। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ୧୭ ଫେବୃଆରୀରେ ଉଭୟ ଦଳର ଆବେଦନ ଉପରେ ଶୁଣାଣି କରିଥିଲେ। ଫେବୃଆରୀ ୨୧ ରୁ କୋର୍ଟ କ୍ରମାଗତ ୯ ଦିନ ଏହି ମାମଲାର ଶୁଣାଣି କରିଥିଲେ। ମାର୍ଚ୍ଚ ୧୬ ରେ, ସମସ୍ତ ପକ୍ଷର ଯୁକ୍ତି ସମାପ୍ତ ହେବା ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷଣ କରିଥିଲେ ଏବଂ ବର୍ତ୍ତମାନ ଗୁରୁବାର ଏହି ମାମଲାରେ ଏହାର ରାୟ ପ୍ରଦାନ କରିବେ।

ଯଦି କୋର୍ଟ ସିନ୍ଦେ ଏବଂ ତାଙ୍କ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରନ୍ତି, ତେବେ ମହାରାଷ୍ଟ୍ରର ରାଜନୈ ତିକ ପରିସ୍ଥିତି କ’ଣ ହେବ ଏବଂ ଯଦି ଏହା ବିଧାୟକଙ୍କୁ ଅଯୋଗ୍ୟ ନକରନ୍ତି ତେବେ କ’ଣ ହେବ? ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସୂଚନାମୁତାବକ ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଟି ଆସନ ଅଛି। ଯେଉଁଥିରେ ସଂଖ୍ୟାଗରିଷ୍ଠତା ପାଇଁ ୧୪୫ ର ମ୍ୟାଜିକ ନମ୍ବର ଆବଶ୍ୟକ। ଫଡନାଭିସ୍-ସିନ୍ଦେ ସରକାରରେ ବର୍ତ୍ତମାନ ୧୬୨ ଜଣ ବିଧାୟକଙ୍କ ସମର୍ଥନ ଥିବାବେଳେ ମହା ବିକାଶ ଆଘାଡିରେ ୧୨୧ ଜଣ ବିଧାୟକ ଅଛନ୍ତି। ଏହା ବ୍ୟତୀତ ଅନ୍ୟ ୫ ଜଣ ବିଧାୟକ ଅଛନ୍ତି।

Get real time updates directly on you device, subscribe now.