fbpx

ମହାରାଷ୍ଟ୍ର ମାମଲା: ରାଜ୍ୟପାଳଙ୍କୁ ଭେଟିବେ ୩ ଦଳ

ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି । ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଫଡନାଭିସଙ୍କ ଇସ୍ତଫା ପରେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ଶିବସେନା, କଂଗ୍ରେସ ଓ ଏନସିପି । ସନ୍ଧ୍ୟା ୭ଟାରେ ରାଜ୍ୟପାଳଙ୍କୁ ଭେଟିବେ ଏହି ୩ ଦଳ ।

ଉଲ୍ଲେଖଯୋଗ୍ୟ ଯେ, ଉଲ୍ଲେଖଯୋଗ୍ୟ ଯେ ଗତ ୨୩ତାରିଖ ଦିନ ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି । ରାଜ୍ୟରେ ସରକାର ଗଠନ ବିରୋଧରେ ରବିବାର ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଆବେଦନ କରିଥିଲେ ଶିବସେନା, କଂଗ୍ରେସ ଓ ଏନସିପି ।

Get real time updates directly on you device, subscribe now.